ଚିନ୍ତା ବଢ଼ାଇଛି କରୋନା : ଲୋକଙ୍କ ଠାରୁ ଫାଇନ୍ ଆଦାୟ

ଭୁବନେଶ୍ୱର : ସାରା ରାଜ୍ୟରେ କରୋନା ଭାଇରସ୍ ପୁଣି କାୟା ବିସ୍ତାର କରୁଛି । ରାଜଧାନାରେ ଚିନ୍ତା ବଢ଼ାଇଛି କରୋନା । କରୋନା ନେଇ ରାଜଧାନୀରେ ହୋଟେଲ, ପାର୍କ ଓ ଦୋକାନରେ ବିଏମ୍ସିର ଚଢ଼ାଉ ଜାରି ରହିଛି। ଆଜି ପାର୍କରେ ଲୋକଙ୍କ ଠାରୁ ଆଦାୟ ହୋଇଛି ଫାଇନ୍ ଏବଂ ଜୋତା ଦୋକାନ ଓ ଶାଢୀ ଦୋକାନକୁ ୫ ହଜାର ଲେଖାଏଁ ଜରିମାନା କରାଯାଇଛି ।
ସେହିପରି କଟକରେ ମଧ୍ୟ କରୋନା ନେଇ ତତ୍ପର ହୋଇଛି ସିଏମ୍ସି । ଆଜି କଟକ ବାଦାମବାଡ଼ିରେ କୋଭିଡ୍ ନିୟମ ପାଳନ ନେଇ ଯାଞ୍ଚ କାର୍ଯ୍ୟ ହୋଇଥିଲା । ସେଠାରେ ୨ଟି ମୋବାଇଲ ଦୋକାନକୁ ସିଲ୍ କରାଯାଇଥିଲା ଏବଂ ବଜ୍ରକବାଟିରେ ଥିବା ବିଶାଲ ମେଗାମାର୍ଟରେ କୋଭିଡ୍ ନିୟମର ଉଲଙ୍ଘନ ନେଇ ମଲ୍ ସିଲ୍ କରିଥିଲା ସିଏମ୍ସି।