ଭୁବନେଶ୍ୱର ଏସବିଆଇ ବ୍ୟାଙ୍କକୁ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର : ୭ଜଣ କର୍ମଚାରୀ କୋଭିଡ୍ ପଜେଟିଭ୍ ବାହାରିବା ପରେ ଭୁବନେଶ୍ୱର ମହାନଗର ନିଗମ ରବିବାର ଦିନ ଏସ୍ବିଆଇ ମୁଖ୍ୟ ଶାଖାକୁ ଦୁଇଦିନ ପାଇଁ ସିଲ୍ କରିଛି । ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପରେ ୭ଜଣ କର୍ମଚାରୀ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଶାଖାକୁ ଦୁଇଦିନ ପାଇଁ ସିଲ୍ କରାଯାଉଛି । ଏହି ସମୟ ମଧ୍ୟରେ ଆବଶ୍ୟକୀୟ ସାଇଟାଇଜେସନ୍ ଓ କଂଟାକ୍ଟ ଟ୍ରେସିଂ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଅନେକ କର୍ମଚାରୀଙ୍କର ପରୀକ୍ଷା କରାଯାଇଛି । ସେମାନଙ୍କର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।