ରାଜ୍ୟରେ ଆଜି ପହଞ୍ଚିବ ୨ଲକ୍ଷ ୭୧ହଜାର କୋଭିସିଲ୍ଡ ଟିକା
ଭୁବନେଶ୍ୱର : ଆସୁଛି କରୋନା ଟିକା । ଆଜି ରାଜ୍ୟରେ ପହଞ୍ଚିବ ଆଉ ୨ଲକ୍ଷ ୭୧ହଜାର କୋଭିସିଲ୍ଡ ଟିକା । ଟିକା ଅଭାବରୁ ରାଜ୍ୟରେ ଟିକାକରଣ ବନ୍ଦ ରହିଛି । ଆଜି ଟିକା ଆସି ପହଞ୍ଚିବା ପରେ ପୁଣି ପରିସ୍ଥିତି ସ୍ୱାଭାବିକ ହେବ ବୋଲି ଆଶା ରହିଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସୋମବାର ଦିନ ୧.୫୦ ମିନିଟରେ ଏହି ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହା ପରେ ସେଠାରୁ ଟିକାକୁ ଷ୍ଟକ ପଏଣ୍ଟକୁ ଆଣି ଆବଶ୍ୟକ ମୁତାବକ ବିଭିନ୍ନ ଟିକାକରଣ କେନ୍ଦ୍ରକୁ ପଠାଯିବ । ଏହି ଟିକା ଯୋଗାଣ ପରେ ରାଜ୍ୟରେ ୭୭୫ଟି କେନ୍ଦ୍ରରେ ଟିକାକରଣ ଚାଲିବ ବୋଲି ସୂଚନା ମିଳିଛି । ଆଜି ପ୍ରାୟ ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ଭୁବନେଶ୍ୱର ସମେତ ୮ଟି କର୍ମକ୍ଷେତ୍ରରେ ଟିକାକରଣ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, କୋରାପୁଟ, ଖୋର୍ଦ୍ଧା, ଭୂବନେଶ୍ୱରରେ ଚାଲିଛି ଟିକାକରଣ । ଗତ ଶନିବାର ରାଜ୍ୟକୁ ଆସିଥିଲା ଅଢେଲ ଲକ୍ଷ ଟିକା । ରାଜ୍ୟ ସରକାର ୨୫ ଲକ୍ଷ ଟିକା ପାଇଁ ଡ଼ିମାଣ୍ଡ କରିଥିଲେ ।