ଚଳିତ ବିଧାନସଭା ନିର୍ବାଚନରେ ଆଉ ରାଲି କରିବେନି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ନୂଆଦିଲ୍ଲୀ : ଚଳିତ ବିଧାନସଭା ନିର୍ବାଚନରେ ଆଉ ରାଲି କରିବେ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଘୋଷଣା କରିଛନ୍ତି। କୋଭିଡ ସଂକ୍ରମଣ ରାଜ୍ୟରେ ବଢ଼ିଚାଲିଥିବାରୁ ଆଗାମୀ ୨ଟି ପର୍ଯ୍ୟାୟରେ ହେବାକୁ ଥିବା ମତଦାନ ପାଇଁ ରାଲି କରିବେ ନାହିଁ । ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଯୁବବର୍ଗଙ୍କୁ ଆସନ୍ତା ମେ’ ୫ ତାରିଖ ପରେ କରୋନା ଟିକା ଦେବେ ।
ସୂଚନା ଯେ, ପଶ୍ଚିମବଙ୍ଗରେ ଇତି ମଧ୍ୟରେ ୬ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ଶେଷ ୨ଟି ପର୍ଯ୍ୟାୟ ପାଇଁ ଏପ୍ରିଲ ୨୬ ଏବଂ ୨୯ରେ ମତଦାନ ହେବ । ଆସନ୍ତା ମେ’ ୨ ତାରିଖରେ ଭୋଟ ଗଣତି ଏବଂ ଫଳାଫଳ ପ୍ରକାଶ ପାଇବ । ମମତା ପ୍ରତିଶ୍ରୁତି ଦେଇଛନ୍ତି ଯେ, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଯୁବପୀଢ଼ିଙ୍କୁ ମାଗଣାରେ ଟିକା ଦିଆଯିବ । ପଶ୍ଚିମବଙ୍ଗର ତାପନ ଠାରେ ଆୟୋଜିତ ଏକ ସାଧାରଣ ବୈଠକରେ ମମତା ବାନାର୍ଜୀ ଏହା ଘୋଷଣା କରିଛନ୍ତି ।