ଚିଟ୍ଫଣ୍ଡ ଠକେଇ ମାମଲା : ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ନେବା ପାଇଁ ଇଓଡବ୍ଲୁ
ଭୁବନେଶ୍ୱର : ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ଼ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ। ଓପିଆଇଡି କୋର୍ଟରେ ୩ ଦିନ ରିମାଣ୍ଡ ପାଇଁ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ।
ଠକେଇର ପରିମାଣ ସହ କେତେ ଲୋକଙ୍କୁ ସେ ଠକିଛନ୍ତି ସେ ନେଇ ଖୋଳତାଡ କରିବ ଇଓଡବ୍ଲୁ । ସେହିପରି ଟଙ୍କା କେଉଁଠି ବିନିଯୋଗ କରିଛନ୍ତି, ସିଷ୍ଟର କମ୍ପନୀ, ଗ୍ଲାମର ଲିଙ୍କ, ସହଯୋଗୀଙ୍କ ସମ୍ପୃକ୍ତି ଏବଂ ସ୍ଥାବର ଆସ୍ଥାବର ସମ୍ପତ୍ତି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଟଙ୍କା /ଆର୍ଥିକ କରବାର ନେଇ ଖୋଳତାଡ଼ ହେବ। ସୂଚନା ଯେ, ୨୦୧୬ରେ ସିବିଆଇ ତାଙ୍କ କାର୍ଯ୍ୟାଳୟ ଏବଂ ଆବାସିକ ପରିସରରେ ଶହଶହ କୋଟି ଟଙ୍କା ନେଇଥିବା ଚିଟ୍ ଫଣ୍ଡ ସ୍କାମର ଦୁଇଟି ମାମଲାରେ ଖୋଜାଖୋଜି କରିଥିଲା। ଖୋଜାଖୋଜି ବେଳେ କେନ୍ଦ୍ରୀୟ ଏଜେନ୍ସି ତାଙ୍କ ବାସଭବନରୁ ୪୪.୯ ଲକ୍ଷ ଟଙ୍କା ଜବତ କରିଛି। ସେହି ସମୟରେ ପୂର୍ବତନ ବିଧାୟକ ବେସରକାରୀ ସଂସ୍ଥା ୱେଲଫେୟାର ବିଲଡିଂ ଆଣ୍ଡ ଇଷ୍ଟେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଥିଲେ।