ସ୍ମାର୍ଟଫୋନ୍ ବ୍ୟବହାର ମାମଲାରେ ଶୀର୍ଷରେ ଚୀନ

- ଦ୍ୱିତୀୟ ସ୍ଥାନରେ ଭାରତ ଓ ତୃତୀୟରେ ଆମେରିକା
ନୂଆଦିଲ୍ଲୀ : ଆଜିର ଦିନରେ ସ୍ମାର୍ଟଫୋନ ମଣିଷର ଆବଶ୍ୟକତା ପାଲଟିଯାଇଛି। ଏପରିକି ପିଲାଙ୍କ ପାଇଁ ମଧ୍ୟ ସ୍ମାର୍ଟଫୋନ ଜରୁରୀ ହୋଇଗଲାଣି। ପାଠ ପଢିବା ପାଇଁ ପିଲାଙ୍କ ପାଖରେ ସ୍ମାର୍ଟଫୋନ ଥିବା ଜରୁରୀ କାରଣ ବର୍ତ୍ତମାନ ପାଠ ମଧ୍ୟ ଅନଲାଇନରେ ପଢା ହେଉଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ବିଶ୍ୱର ୮ଟି ଦେଶର ତଥ୍ୟ ସଂଗ୍ରହ କରାଯାଇଥିଲା ଯେଉଁଠି ସବୁଠାରୁ ଅଧିକ ସ୍ମାର୍ଟଫୋନ ୟୁଜର୍ସ ଅଛନ୍ତି। ଗବେଷଣାରୁ ଜଣାପଡିଛି ଯେ ସ୍ମାର୍ଟଫୋନ ୟୁଜର୍ସ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି। ଏହାପରେ ଅଛି ଆମେରିକା। ଆମେରିକାରେ ୨୭୦ ମିଲିୟନ ଆକ୍ଟିଭ ୟୁଜର୍ସ ଅଛନ୍ତି। ଏହି ରିସର୍ଚ୍ଚରେ ଅତିକମରେ ଥରେ ହ୍ୟାଣ୍ଡହେଲ୍ଡ ଡିଭାଇସ ଉପଯୋଗ କରିଥିବା ଯେକୌଣସି ବ୍ୟକ୍ତିଙ୍କୁ ସ୍ମାର୍ଟଫୋନ ୟୁଜର୍ସ ଭାବେ ଗ୍ରହଣ କରାଯାଇଛି ।
ଏହି ତାଲିକାର ଶୀର୍ଷରେ ଚୀନ ରହିଛି । ଜନସଂଖ୍ୟା ହିସାବରେ ଚୀନ ବିଶ୍ୱର ସବୁଠାରୁ ଜନବହୁଳ ଦେଶ। ସ୍ମାର୍ଟଫୋନ ବ୍ୟବହାର ମାମଲାରେ ମଧ୍ୟ ଚୀନ ପ୍ରଥମ ସ୍ଥାନରେ ଅଛି। ଚୀନରେ ୯୧୨ ମିଲିୟନ ୟୁଜର୍ସ ଅଛନ୍ତି । ସେହିପରି ଦ୍ଵିତୀୟରେ ରହିଛି ଭାରତ । ସ୍ମାର୍ଟଫୋନ ବ୍ୟବହାର ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି। ଭାରତରେ ସ୍ମାର୍ଟଫୋନ ୟୁଜର୍ସଙ୍କ ସଂଖ୍ୟା ୪୩୯ ମିଲିୟନ ରହିଛି। ଏହି ତାଲିକାରେ ଆମେରିକା ତୃତୀୟ ସ୍ଥାନରେ ଅଛି। ଏଠାରେ ୨୭୦ ମିଲିୟନ ସ୍ମାର୍ଟଫୋନ ୟୁଜର୍ସ ଅଛନ୍ତି। ଇଣ୍ଡୋନେସିଆରେ ମଧ୍ୟ ସ୍ମାର୍ଟଫୋନ ୟୁଜର୍ସ କମ ନାହାନ୍ତି। ଇଣ୍ଡୋନେସିଆ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଅଛି। ଏଠାରେ ୧୬୦ ମିଲିୟନ ସ୍ମାର୍ଟଫୋନ ୟୁଜର୍ସ ଅଛନ୍ତି। ବ୍ରାଜିଲ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛି। ବ୍ରାଜିଲରେ ଆକ୍ଟିଭ ସ୍ମାର୍ଟଫୋନ ୟୁଜର୍ସ ସଂଖ୍ୟା ୧୦୯ ମିଲିୟନ। ଏହି ରିସର୍ଚ୍ଚରେ ଋଷକୁ ମଧ୍ୟ ସାମିଲ କରାଯାଇଥିଲା। ଏହି ତାଲିକାରେ ଋଷ ଷଷ୍ଠ ସ୍ଥାନରେ ଅଛି। ଏଠାରେ ଆକ୍ଟିଭ ସ୍ମାର୍ଟଫୋନ ୟୁଜର୍ସ ସଂଖ୍ୟା ୧୦୦ ମିଲିୟନ। ରିସର୍ଚ୍ଚ ଅନୁଯାୟୀ ଜ୍ଞାନ କୌଶଳରେ ଆଗରେ ଥିବା ଜାପାନରେ ସ୍ମାର୍ଟଫୋନ ୟୁଜର୍ସଙ୍କ ସଂଖ୍ୟା ୭୬ ମିଲିୟନ। ଏହି ତାଲିକାରେ ସବୁଠାରୁ ତଳେ ଅର୍ଥାତ ୮ ନମ୍ବରରେ ଅଛି ମେକ୍ସିକୋ। ଏଠାରେ ସ୍ମାର୍ଟଫୋନ ୟୁଜର୍ସଙ୍କ ସଂଖ୍ୟା ପ୍ରାୟ ୭୦ ମିଲିୟନ।