କରୋନା ସ୍ଥିତିରେ ସୁଧାର : ଆସନ୍ତା ୧୭ରୁ ସମସ୍ତ କଟକଣା ହଟାଇବେ ବ୍ରିଟେନ୍ ସରକାର
ବ୍ରିଟେନ୍ : ବ୍ରିଟେନରେ ଦେଖାଦେଇଛି ଖୁସିର ଲହର । କରୋନାକୁ ମାତ୍ ଦେଲେ ବ୍ରିଟେନ୍ ବାସୀ । ଏଣିକି ବ୍ରିଟେନ ବାସୀ ଯାଇପାରିବେ ପବ୍ ସିନେମା ଥିଏଟର । ମେ ୧୭ ରୁ କୋଭିଡ କଟକଣା ହଟାଇବାକୁ ଘୋଷଣା କରିଛନ୍ତି ଏଠାକାର ସରକାର । ଗଣମାଧ୍ୟମରେ ଭାବୁକ ଭରା ପୋଷ୍ଟ ପ୍ରକାଶ ପାଇଛି କି ସମ୍ପର୍କୀୟ ଓ ଘନିଷ୍ଠ ଲୋକଙ୍କୁ ଆଲିଙ୍ଗନ କରିବା ବି ସହଜ ହେବ । କେବଳ ସେତିକି ନୁହେଁ ଛୁଟିଦିନ ପାଳନ କରିବାକୁ ସମର୍ଥ ହେବେ ଏଠାକାର ଲୋକେ ।
ସୂଚନା ଯେ, ଗତ କିଛି ମାସ ମଧ୍ୟରେ ବ୍ରିଟେନ ଷ୍ଟେନ୍ ଯୋଗୁଁ ସ୍ଥିତି ଅଧିକ ଖରାପ ହୋଇଯାଇଥିଲା । ସାମାନ୍ୟ କରୋନା ଭୂତାଣଉ ଅପେକ୍ଷା ବ୍ରିଟେନ୍ ଭ୍ୟାରିୟାଣ୍ଟ ପାଇଁ ଲୋକେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇପଡିଥିଲେ । ତେବେ ଦୀର୍ଘ ଦିନ ପରେ ଏଠାକାର ସ୍ଥିତିରେ ସୁଧାର ଆସିଛି । ଫଳରେ ସବୁ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଆସନ୍ତା ୧୭ରୁ ସବୁ କଟକଣା ହଟାଇବାକୁ ନିଷ୍ପତ୍ତି ହୋଇଛି । ଏପରିକି ବ୍ରିଟିଶରମାନେ ସେମାନଙ୍କ ସମ୍ପର୍କୀୟ ଏବଂ ଘନିଷ୍ଠ ଲୋକଙ୍କୁ ଆଲିଙ୍ଗନ କରିବାକୁ ସକ୍ଷମ ହେବେ । ଲୋକମାନେ ଆରାମରେ ବାର୍ ଏବଂ ପବ୍ କୁ ବି ଯାଇପାରିବେ । ଛୁଟିଦିନ ପାଳନ ସହ ନିଜ ପ୍ରିୟଜନଙ୍କ ଶେଷ ଯାତ୍ରାରେ ମଧ୍ୟ ସାମିଲ ହୋଇପାରିବେ । ଚଳଚ୍ଚିତ୍ର, ହୋଟେଲ, ସଂଗ୍ରହାଳୟ ପୁଣି ଥରେ ଖୋଲିବ । ହେଲେ ସ୍ଥିତି ଦେଖି ସର୍ତ୍ତମୂଳକ ଭାବେ ଖୋଲାଯିବ । ୨୧ ଜୁନ୍ ସୁଦ୍ଧା ତାଲା ବନ୍ଦ ହଟାଇବାକୁ ବିଚାର କରୁଛନ୍ତି ବ୍ରିଟିଶ ସରକାର ।