ଆମେରିକାରେ ୧୨ରୁ ୧୫ ବର୍ଷର ପିଲାଙ୍କୁ ଟିକା ଦେବ ଏଫଡିଏ
ୱାଶିଂଟନ : ମହାମାରୀ କରୋନା ଭାଇରସ ବିଶ୍ୱରେ ଆତଙ୍କ ଖେଳାଏ ଦେଇଛି। ବିଶେଷ କରି ଆମେରିକା ଏହି ଭାଇରସ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି । ଫଳରେ ଏବେ ଆମେରିକା କରୋନା ମୁକାବିଲା ଲାଗି ବଡ଼ ପଦକ୍ଷେପ ନେଇଛି । ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ୧୨ରୁ ୧୫ ବର୍ଷୀୟ ପିଲାଙ୍କ ଲାଗି ଟିକା ଦେବ । ଏଥି ପାଇଁ ଫାଇଜରର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି ।
ସୂଚନା ଯେ, ଆମେରିକାରେ କରୋନା ଭାଇରସଜନିତ ମୃତ୍ୟୁ ୬ ଲକ୍ଷ ନିକଟତର ହୋଇଛି । ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୫ ଲକ୍ଷ ୧୨ ହଜାର ୭୦୫ରେ ପହଂଚିଛି । ଦେଶରେ ୫ ଲକ୍ଷ ୯୬ ହଜାର ୧୬୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୬୫ ଲକ୍ଷ ୨ ହଜାର ୯୧୬ ଲୋକ ସୁସ୍ଥ ହୋଇଥିବା ବେଳେ ୬୪ ଲକ୍ଷ ୧୩ ହଜାର ୬୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୮ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।