ବାତିଲ ହେଲା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତ

Britain's Prime Minister Boris Johnson is seen at the venue for the Conservative Party annual conference in Manchester, Britain, October 1, 2019. REUTERS/Phil Noble - RC16DCD881C0
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ସପ୍ତାହରେ ଭାରତ ଆସିବାକୁ ଥିବା ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗସ୍ତ ବାତିଲ ନେଇ ନିଷ୍ପତି ନେଇଛନ୍ତି । ଏନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ରିଟିଶ ଏବଂ ଭାରତ ସରକାରଙ୍କ ମିଳିତ ବିବୃତ୍ତି ଜାରି କରିଛି। ବର୍ତ୍ତମାନର କରୋନାଭାଇରସ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସନ୍ତା ସପ୍ତାହରେ ଭାରତ ଯାତ୍ରା କରିପାରିବେ ନାହିଁ ବୋଲି ବିବୃତ୍ତିରେ କୁହାଯାଇଛି। ଭାରତରେ କରୋନା ସଂକ୍ରମଣ ବେକାବୁ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟ ଦେଶରେ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଦେଶରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ଭାରତ ଗସ୍ତ ବାତିଲ ହୋଇଛି । କରୋନା ପ୍ରକୋପ କମିବା ପରେ ସେ ଭାରତ ଆସିବା ନେଇ ସୂଚନା ଦେଇଛନ୍ତି । ଆସନ୍ତା ଏପ୍ରିଲ ୨୫ ତାରିଖରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛି ବ୍ରିଟେନ୍ ଗୃହ ମନ୍ତ୍ରାଳୟ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଏହା ଉପରୁ ମଧ୍ୟ ପର୍ଦ୍ଦା ହଟିଛି । ପ୍ରଧାନମନ୍ତ୍ରୀ ମୋଦି ଏବଂ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ମଧ୍ୟରେ ଭିଡିଓ କନ୍ଫରେନ୍ସ ଜରିଆରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ବ୍ରିଟେନ୍ର ବିପକ୍ଷ ଲେବର ପାର୍ଟି ମଧ୍ୟ ଭାରତ ଗସ୍ତ ବାତିଲ କରିବାକୁ ବୋରିସ୍ ଜନସନ୍ଙ୍କୁ କହିଥିଲେ । ଏହା ସହିତ ବୋରିସ୍ ଜନସନ୍, ମୋଦିଙ୍କ ସହିତ ଅନ୍ଲାଇନ୍ରେ ଆଲୋଚନା କରିବାକୁ କହିଥିଲେ ।
ସୂଚନାଯୋଗ୍ୟ, ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତରେ ଉଭୟ ଦେଶ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାର ଥିଲା । ତେବେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଗସ୍ତ ବାତିଲ ହୋଇଛି । ସେହିପରି ଚଳିତ ବର୍ଷ ପ୍ରାରମ୍ଭ ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଆସି ସାଧାରଣତନ୍ତ୍ର ଦିବସରେ ଯୋଗ ଦେବକୁ ଥିଲା ବେଳେ ସେ ସମୟରେ ବ୍ରିଟେନରେ କରୋନା ମହାମାରୀର ଦ୍ୱିତ୍ୱୀୟ ଲହର ଚାଲିଥିବାରୁ ସେତେବେଳେ ମଧ୍ୟ ଜନସନ ତାଙ୍କର ଭାରତ ଆସିବା କାର୍ଯ୍ୟକ୍ରମ ବାତିଲ କରିଥିଲେ ।