ଦିଲ୍ଲୀରେ ଲକ୍ଡାଉନ ଘୋଷଣା : ମଦ ଦୋକାନ ସାମ୍ନାରେ ଲୋକଙ୍କ ଅସମ୍ଭାଳ ଭିଡ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ମାମଲା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ୬ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି ଯାହା ଆଜି ରାତି ୧୦ ଆରମ୍ଭ ହୋଇ ଆସନ୍ତା ସୋମବାର(୨୬ଏପ୍ରିଲ) ସକାଳ ୫ ପର୍ଯ୍ୟନ୍ତ ଲାଗୁ ରହିବ, ଏହି ଘୋଷଣା ପରେ ଲୋକ ମାନେ ଦିଲ୍ଲୀର ବିଭିନ୍ନ ମଦ ଦୋକାନ ବାହାରେ ଲଗାଇଛନ୍ତି ଅସମ୍ଭାଳ ଭିଡ ।
Delhi: People gather in large numbers outside a liquor shop in Khan Market; social distancing norms flouted.
— ANI (@ANI) April 19, 2021
Lockdown to be imposed in the national capital from 10pm tonight to 6am next Monday (26th April). pic.twitter.com/Fq1iNGJo1d
ତେବେ ଏହା ପୂର୍ବରୁ ବଜାରରେ ପ୍ରବଳ ଭିଡ ଓ ଗହଳି ଚହଳି ଦେଖିବାକୁ ମିଳିଛି । ବିଶେଷ କରି ଦିଲ୍ଲୀର ଗୋଲ୍ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲୋକମାନେ ମଦ ଦୋକାନ ସାମ୍ନାରେ ଭୀଡ ଜମାଇଛନ୍ତି । ଏହାସହ ପେଟି ପେଟି ମଦ ଓ ବିଅର ବୋତଲ କ୍ରୟ କରି ନେଇଯାଉଛନ୍ତି । ଦରିୟାଗଞ୍ଜ ଓ ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦଖିବାକୁ ମିଳିଛି । ଗୋଲ୍ ମାର୍କେଟରେ ମଦ ଦୋକାନ ସାମ୍ନାରେ ଏତେ ଗହଳି ହୋଇଥିଲା ଯେ ପିସିଆର ଭ୍ୟାନକୁ ଆସିବାକୁ ପଡିଥିଲା । ପୂର୍ବବର୍ଷ ମଧ୍ୟ ଲକଡାଉନ୍ ସମୟରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା ।
People queue up outside a liquor shop in Gole Market area.
— ANI (@ANI) April 19, 2021
Delhi govt has decided to impose a lockdown in Delhi, from 10 pm tonight to 6 am next Monday (26th April). pic.twitter.com/DdbSfKaiHT
ସୂଚନା ଯେ, ଦିଲ୍ଲୀରେ ଲକ୍ଡଉନ ସମୟରେ ବାହାଘର ପାଇଁ ୫୦ଜଣ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ରହିଛି । ଏହି ଘୋଷଣା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରେ କରୋନା ସଂକମଣ ଗ୍ରାଫ୍କୁ କମାଇବା ଲାଗି ଏହି ଲକ୍ଡାଉନ ଜରୁରି ବୋଲି ସେ କହିଛନ୍ତି ।