ଏଣିକି ନିର୍ବାଚନ ଓ ଉପ-ନିର୍ବାଚନ ହୋଇପାରିବନି ବାଇକ ରାଲି
![](https://thetruths.in/wp-content/uploads/2021/04/90cf9908-5bfb-4293-bf81-4a288f0ff03f.jpg)
ନୂଆଦିଲ୍ଲୀ : ନିର୍ବାଚନ ଓ ଉପ-ନିର୍ବାଚନ ହେଉଥିବା ରାଜ୍ୟ ଗୁଡିକରେ ହୋଇପାରିବନି ବାଇକ ରାଲି । ଏ ନେଇ ନିର୍ବାଚନ କମିଶନ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।
ନିର୍ବାଚନକୁ ଆଉ କମ୍ ସମୟ ବାକିଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଭୋଟ ହାତେଇବା ଆଶାରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ନଜରକୁ ଆସିବା ପରେ ଏଭଳି ଏକ ନିଷ୍ପତି ନେଇଛନ୍ତି ନିର୍ବାଚନ କମିଶନ । ଏହି ନିୟମ ଉପ ନିର୍ବାଚନ ପାଇଁ ମଧ୍ୟ ଲାଗୁ କରାଯିବ ଯାହାଫଳରେ ପିପିଲିରେ ମଧ୍ୟ ଆଜି ଠାରୁ ବାଇକ୍ ରାଲି ହୋଇପାରିବ ନାହିଁ ସ୍ପଷ୍ଟ ହୋଇଛି ।