ବର୍ଷିଆନ ଅଭିନେତ୍ରୀ ଶଶିକଳା ଆଉ ନାହାନ୍ତି
ମୁମ୍ବାଇ : ବର୍ଷିଆନ ଅଭିନେତ୍ରୀ ଶଶିକଳାଙ୍କ ଦେହାନ୍ତ । ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ଏନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ବହୁ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
୧୯୩୨ ମସିହା ଅଗଷ୍ଟ ମାସରେ ଜନ୍ମଗ୍ରହଣ କରିଥିବା ଶଶିକଳା ବଲିଉଡର ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିପାରି ଥିଲେ । ଡାକୁ, ରାସ୍ତା, କଭି ଖୁସି କଭି ଗମ୍ ଭଳି ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ । ନିଖୁଣ ଅଭିନୟ ପାଇଁ ୨୦୦୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଏଥିସହିତ ଶ୍ରେଷ୍ଠ ସହ-କଳାକାର ଭାବେ ସେ ୨ ଥର ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ପାଇଛନ୍ତି ।