Skip to content
- ଆମ୍ବରେ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଅଧିକ ଥିବାରୁ ଏହା କ୍ୟାନସର ଆଶଙ୍କା କମାଇବାରେ ସାହାଯ୍ୟ କରେ ।
- ଏଥିରେ ଥିବା ଫାଇବର୍, ପେକ୍ଟିନ୍ ଏବଂ ଭିଟାମିନ ସି କୋଲେଷ୍ଟେରୋଲ ପରିମାଣକୁ କମ୍ କରିଥାଏ ।
- ତ୍ୱଚାକୁ ପରିଷ୍କାର ରଖିବାରେ ସାହାଯ୍ୟ କରେ ଆମ୍ବ । ଏହା ତ୍ୱଚାର ଛିଦ୍ରକୁ ସଫା ରଖିବା ସହ ମୁହଁରୁ ବ୍ରଣ ଦାଗ ଦୂରେଇଥାଏ ।
- ଏକ କପ୍ କଟା ଆମ୍ବ ଖାଇଲେ ଶରୀରକୁ ପ୍ରାୟ୨୫ ପ୍ରତିଶତ ପୌଷ୍ଟିକ ତତ୍ତ୍ୱ ମିଳିଥାଏ । ଏଥିରେ ଥିବା ଭିଟାମିନ ଏ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରେ ।
- ଆମ୍ବ ପତ୍ର ରକ୍ତରେ ଥିବା ଇନସୁଲିନ୍ ପରିମାଣକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ । ଘରୋଇ ଉପଚାର ଭାବେ ଏକ ପାତ୍ରରେ କିଛି ପାଣିନେଇ ସେଥିରେ ଆମ୍ବପତ୍ର ପକାଇ ଭଲଭାବରେ ଫୁଟାଇ ଦିଅନ୍ତୁ । ରାତିସାରା ଏହି ପାଣି ରଖି ସକାଳେ ଏହାକୁ ପିଅନ୍ତୁ ।
- ଆମ୍ବରେ ଫାଇବର୍ ପରିମାଣ ଅଧିକ ଥିବାରୁ ଏହା ଜୀର୍ଣ୍ଣଶକ୍ତି ବଢାଇବାରେ ସାହାଯ୍ୟ କରେ ।
- ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କଞ୍ଚା ଆମ୍ବ ରସ କରି ସେଥିରେ କିଛି ପାଣି ମିଶାଇ ପିଅନ୍ତୁ ।
- ଆମ୍ବରେ ଭିଟାମିନ୍ ସି, ଭିଟାମିନ୍ ଏ ଏବଂ ୨୫ ପ୍ରକାରର କ୍ୟାରୋଟିନଏଡ୍ସ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।
- ପାଚିଲା ଆମ୍ବ ପେଷ୍ଟରେ କିଛି ମହୁ ଏବଂ କ୍ଷୀର ମିଶାଇ ତ୍ୱଚା ମାଲିସ କରନ୍ତୁ । କିଛିଦିନ ଏପରି କଲେ ତ୍ୱଚା କୋମଳ ଓ ମୁଲାୟମ ହୋଇଥାଏ ।
Post Views: 515