ବାଲେଶ୍ୱର : ଘର ନିକଟରୁ ଶିଶୁକନ୍ୟା ନିଖୋଜ, ପୋଲିସର ତଦନ୍ତ ଆରମ୍ଭ

ବାଲେଶ୍ୱର : ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତର ନିମା ଗ୍ରାମରେ ଅଘଟଣ । ଶନିବାର ସକାଳେ ଘର ନିକଟରେ ଖେଳୁଥିବା ବେଳେ ହଠାତ୍ ଜଣେ ଶିଶୁକନ୍ୟା ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଖବର ପାଇ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ନିମା ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ୩ବର୍ଷୀୟ ନାବାଳିକା ଝିଅ ସାଇସ୍ମିତା ଶନିବାର ପୂର୍ବାହ୍ନ ୯ଟା ୩୦ ସମୟରେ ଘର ବାହାରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ପରିବାର ଲୋକ ଓ ଗ୍ରାମବାସୀ ବହୁତ ଖୋଜାଖୋଜି ପରେ ମଧ୍ୟ ସାଇସ୍ମିତାର କୌଣସି ସନ୍ଧାନ ପାଇନଥିଲେ । ଶେଷରେ କୌଣସି ଉପାୟ ନ ପାଇ ଏହାପରେ ପରିବାର ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ହେଲେ ଶିଶୁକନ୍ୟାର କୌଣସି ଖୋଜଖବର ମିଳି ନାହିଁ । ପିଲାକୁ ନପାଇ ପରିବାର ଲୋକେ ଦିନତାମମ କନ୍ଦାକଟା କରୁଥିବା ଦେଖାଯାଇଛି । ଘରେ ଘରେ ପ୍ରଥମାଷ୍ଟମୀ ପର୍ବ ପାଳନ ହେଉଥିବାବେଳେ କେହି ପିଲାଚୋର ଅପହରଣ କରିଥିବା ସନ୍ଦେହ କରାଯାଉଛି ।