ଏପ୍ରିଲରେ ସବୁଦିନ ଟିକାକରଣ

ସମ୍ପୂର୍ଣ୍ଣ ପ୍ରସ୍ତୁତି ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି
ନୂଆଦିଲ୍ଲୀ : କରୋନାକୁ ରୋକିବା ପାଇଁ ପ୍ରତିଦିନ ଏପ୍ରିଲରେ ଟୀକାରଣ କରାଯିବ । ଟୀକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତ୍ୟେକ ଦିନ ବେସରକାରୀ ତଥା ସରକାରୀ ଡାକ୍ତରଖାନା ଗୁଡ଼ିକରେ ଟିକା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଗେଜେଟେଡ଼ ଡେ ଛୁଟିଦିନ ତଥା ଏପ୍ରିଲ ମାସରେ ରବିବାର ମଧ୍ୟ ଟୀକା ଦେବା ପାଇଁ ନିଷ୍ପତି ନିଆଯାଇଛିା ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସମସ୍ ରାଜ୍ୟକୁ ଚିଠି ଲେଖି ଘରୋଇ ଏବଂ ସରକାରୀ ଡାକ୍ତରଖାନା ଗୁଡ଼ିକରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜିଠାରୁ ଅର୍ଥାତ୍ ୧ ଏପ୍ରିଲରୁ ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କ ପାଇଁ ଟୀକା ପ୍ରୟୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିପାଇଁ ଲୋକମାନେ ଗୁରୁବାର ଠାରୁ କୋଭିନ ଆପରେ ପଂଜୀକୃତ ହୋଇପାରିବେ ଏବଂ ଅପରାହ୍ନ ତିନିଟା ପରେ କେନ୍ଦ୍ରକୁ ଯାଇ ଟୀକାପାଇପାରିବେ ।
ସାରା ଦେଶରେ କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଏପ୍ରିଲ ମାସରେ ବିଜ୍ଞପିତ ଛୁଟିଦିନକୁ ମିଶାଇ ସବୁ ଦିନ (ଆଜି ଦିନକୁ ମିଶାଇ ଏପ୍ରିଲ ୩୦, ୨୦୨୧ ତାରିଖ ପର୍ଯ୍ୟନ୍ତ) ଉଭୟ ସରକାରୀ ଓ ଘରୋଇ କୋଭିଡ଼ ଟିକାକରଣ କେନ୍ଦ୍ର (ସିଭିସି)ରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରଙ୍କ ନିକଟକୁ ଆଜି ପତ୍ର ଲେଖିଛନ୍ତି ଏବଂ ସେହି ପତ୍ରରେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଉପର ବର୍ଣ୍ଣିତ ସମସ୍ତ ସିଭିସିମାନଙ୍କରେ କୋଭିଡ଼ ଟିକାକରଣ ଜାରି ରଖିବା ନିମନ୍ତେ ଆବଶ୍ୟକ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ ଯଦ୍ୱାରା ମାସସାରା ସବୁ ଦିନ ଯେଉଁଥିରେ କି ଏପ୍ରିଲ ମାସ ପାଇଁ ବିଜ୍ଞପିତ ଛୁଟିଦିନ ସାମିଲ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିପାରିବ । ଗତକାଲି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସଂପୃକ୍ତ ଅଧିକାରୀମାନଙ୍କ ସହ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯିବା ପରେ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଏହା ଦ୍ୱାରା କୋଭିଡ଼ ଟିକାକରଣ କାର୍ଯ୍ୟକ୍ରମ ଓ ବ୍ୟାପ୍ତି ଓ ମାତ୍ରାକୁ ଦ୍ରୁତ ମାତ୍ରା ବୃଦ୍ଧିକୁ ସୁନିଶ୍ଚିତ କରାଯାଇପାରିବ । ଭାରତ ସରକାର କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରଙ୍କ ସହ କରିଥିବା ଆଲୋଚନା ପରେ ଏଦିଗରେ ସକାରାତ୍ମକ ବିହିତ ପଦକ୍ଷେପ ପାଇଁ ନିଆଯାଇଥିବା ନିଷ୍ପତି ଆଧାରରେ ଏହା କାର୍ଯ୍ୟକାରୀ କରାଯାଉଛି । କୋଭିଡ଼ ୧୯ ଭୂତାଣୁ ମହାମାରୀ ସାରା ଦେଶରେ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାହାକୁ ପ୍ରତିହତ କରିବା ଏବଂ ଏଥିରେ ଅଧିକ ମାତ୍ରାରେ ଆକ୍ରାନ୍ତ ହେବା ଆଶଙ୍କା କରାଯାଉଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନ କରି ସୁରକ୍ଷିତ ରଖିବା ହେଉଛି ଟିକାକରଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଏବଂ ଏହି କାର୍ଯ୍ୟକ୍ରମକୁ ଭାରତ ସରକାର ନିୟମିତ ଭାବେ ସମୀକ୍ଷା କରି ଦେଖୁଛନ୍ତି ଏବଂ ସର୍ବୋଚ୍ଚ ସ୍ତରରେ ଏହାକୁ ମନିଟର କରାଯାଉଛି । ଉଲ୍ଲେଖ୍ୟଯୋଗ୍ୟ ଯେ ୪୫ ବର୍ଷ ଠାରୁ ଉର୍ଦ୍ଧ୍ୱ ଆୟୁ ସୀମାର ସମସ୍ତ ନାଗରିକଙ୍କୁ ଟିକାଦାନ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି ।