ମାର୍ଚ୍ଚରେ ରେକର୍ଡ଼ ପରିମାଣରେ ଜିଏସ୍ଟି ସଂଗ୍ରହ

ନୂଆଦିଲ୍ଲୀ : ମାର୍ଚ୍ଚ ୨୦୨୧ରେ ରେକର୍ଡ ପରିମାଣର ଜିଏସଟି ରାଜସ୍ୱ ଆଦାୟ ହୋଇଛି । ଚଳିତ ମାସ ୧.୨୩,୯୦୨ କୋଟି ଟଙ୍କାର ସକଳ ଜିଏସ୍ଟି ରାଜସ୍ୱ ସଂଗ୍ରହ କରାଯାଇଛି । ଏଥିରେ ସିଜିଏସଟି ୨୨,୯୭୩ କୋଟି ଟଙ୍କା, ଏସ୍ଜିଏସ୍ଟି ୨୨,୩୨୯ କୋଟି ଟଙ୍କା, ଆଇଜିଏସ୍ଟି ୬୨,୮୪୨ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗ୍ରହ କରାଯାଇଥିବା ୩୧,୦୯୭ କୋଟି ଟଙ୍କାର ଅର୍ଥ ରାଶି ସମେତ), ୮,୭୫୭ କୋଟି ଟଙ୍କାର ଉପକର (ସେସ୍) ଅର୍ଥ (ସାମଗ୍ରୀ ଆମଦାନୀ ଉପରେ ସଂଗ୍ରହ କରାଯାଇଥିବା ୯୩୫ କୋଟି ଟଙ୍କା ଅର୍ଥ ରାଶି ସମେତ) ସାମିଲ ରହିଛି । ଅନରୂପ ଭାବେ ମାର୍ଚ୍ଚ ୨୦୨୧ରେ ଓଡ଼ିଶାରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୨୫% ବୃଦ୍ଧି ପାଇ ୩୨୮୫.୨୯ କୋଟି ଟଙ୍କାରେ ପହଂଚିଛି । ମାର୍ଚ୍ଚ ୨୦୨୦ରେ ଏହା ୨୬୩୨.୮୮ କୋଟି ଟଙ୍କା ଥିଲା । ସରକାର ନିୟମିତ ପରିଶୋଧ (ସେଟଲମେଂଟ) ଆକାରରେ ସିଜିଏସ୍ଟିରୁ ୨୧,୮୭୯ କୋଟି ଟଙ୍କା ଏବଂ ଆଇଜିଏସ୍ଟିରୁ ଏସ୍ଜିଏସ୍ଟି ଆକାରରେ ୧୭,୨୩୦ କୋଟି ଟଙ୍କା ପରିଶୋଧ କରିଛନ୍ତି । ଏହାବ୍ୟତୀତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡିକ ମଧ୍ୟରେ ୫୦:୫୦ ହାରରେ ଆଇଜିଏସ୍ଟି ପରିଶୋଧ ଆକାରରେ କେନ୍ଦ୍ର ସରକାର ୨୮,୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ମାର୍ଚ୍ଚ ୨୦୨୧ରେ ନିୟମିତ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ ମୋଟ ରାଜସ୍ୱ ପରିମାଣ- ସିଜିଏସ୍ଟି ୫୮,୮୫୨ କୋଟି ଟଙ୍କା ଏବଂ ଏସ୍ଜିଏସ୍ଟି ୬୦,୫୫୯ କୋଟି ଟଙ୍କା ରହିଛି । କେନ୍ଦ୍ର ସରକାର ମାର୍ଚ୍ଚ ୨୦୨୧ରେ ୩୦,୦୦୦ କୋଟି ଟଙ୍କାର କ୍ଷତିପୂରଣ ଜାରି କରିଛନ୍ତି ।
ଜିଏସ୍ଟି ଲାଗୁ ହେବା ପରଠାରୁ ମାର୍ଚ୍ଚ ୨୦୨୧ରେ ସର୍ବାଧିକ ପରିମାଣର ଜିଏସ୍ଟି ରାଜସ୍ୱ ସଂଗୃହୀତ ହୋଇଛି । ମାର୍ଚ୍ଚ ୨୦୨୧ରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ମାସ ତୁଳନାରେ ୨୭ ପ୍ରତିଶତ ଅଧିକ ରହିଛି । ବିଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ମାସ ସାମଗ୍ରୀ ଆମଦାନୀ ଉପରେ ମିଳୁଥିବା ରାଜସ୍ୱ ପରିମାଣ ୭୦ ପ୍ରତିଣତ ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ଆମଦାନୀ ସମେତ)ରୁ ପ୍ରାପ୍ତ ରାଜସ୍ୱ ୧୭ ପ୍ରତିଶତରୁ ଅଧିକ ରହିଛି । ଚଳିତ ଆର୍ôଥକ ବର୍ଷର ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ତ୍ରୈମାସରେ ଜିଏସ୍ଟି ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷର ଏହି ଅବଧି ତୁଳନାରେ ଯଥାକ୍ରମେ (-) ୪୧%, (-)୮%, ୮% ଏବଂ ୧୪ % ବୃଦ୍ଧି ପରିଲକ୍ଷିତ ହେଉଛି । ଏହା ସ୍ପଷ୍ଟ ଭାବେ ଜିଏସ୍ଟି ରାଜସ୍ୱ ସଂଗ୍ରହ ଏବଂ ସାମଗ୍ରୀକ ଭାବେ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ଦେଉଛି । ବିଗତ ୬ ମାସ ଧରି ଜିଏସ୍ଟି ରାଜସ୍ୱ ସଂଗ୍ରହ ପରିମାଣ ୧ ଲକ୍ଷ କୋଟି ଟଙ୍କାକୁ ଟପି ଏବଂ ଏଥିରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହେବା ମହାମାରୀ ପରେ ଆର୍ôଥକ ସୁଧାର ସମ୍ପର୍କରେ ସ୍ପଷ୍ଟ ସଙ୍କେତ ଦେଉଛି । ଏହାଛଡା ନକଲି ବିଲିଂ ଉପରେ ସତର୍କ ଦୃଷ୍ଟି ଦେବା, ଜିଏସ୍ଟି, ଆୟକର, ସୀମାଶୁଳ୍କ ଆଇଟି ବ୍ୟବସ୍ଥା ବିଭିନ୍ନ ଉତ୍ସରୁ ତଥ୍ୟର ବିଶ୍ଳେଷଣ ଏବଂ ପ୍ରଭାବୀ ଟିକସ ପ୍ରଶାସନ ଯୋଗୁଁ ଜିଏସ୍ଟି ରାଜସ୍ୱ ସଂଗ୍ରହ ନିୟମିତ ଭାବେ ବୃଦ୍ଧି ପାଉଛି ।