ଭୁବନେଶ୍ୱରରୁ ୭୫ କରୋନା ପଜିଟିଭ୍
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ସୋମବାର ଦିନ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨ ଲୋକାଲ କେସ୍ ଥିବା ବେଳେ ୧୩ କ୍ୱାରେଂଟାଇନରୁ ରହିଛନ୍ତି । ସେହିପରି ଆଜି ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
ନୂତନ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍ସି ଅଂଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୭୩୧କୁ ବୃଦ୍ଧି ପାଇଛି । ୨୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୯୭୩ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ସଂଖ୍ୟା ୪୮୭କୁ ବୃଦ୍ଧି ପାଇଛି । ସୋମବାର ଚିହ୍ନଟ ୬୨ଲୋକାଲ କେସ୍ ମଧ୍ୟରୁ ନୟାପଲ୍ଲୀରୁ ୮ ଜଣ, ଖଣ୍ଡଗିରିରୁ ୭ ଜଣ , ରସୁଲଗଡ଼ରୁ ୪ ଓଲ୍ଡ ଟାଉନ୍ , ସୁନ୍ଦରପଦା ଓ ୟୁନିଟ୍ ୮ ରୁ ୩ ଜଣ ଲେଖାଏଁ , ଭୀମଟାଙ୍ଗୀ , ଗୌତମ ନଗର , ହଂସପାଳ, ପଟିଆ , ସତ୍ୟନଗର ଓ ସାମନ୍ତରାପୁରରୁ ୨ ଜଣ ଲେଖାଏଁ ଏବଂ ଆଇଗିଣିଆ , ବଡଗଡ , ବରମୁଣ୍ଡା, ବମିଖାଲ , ଚନ୍ଦ୍ରଶେଖରପୁର, ଗଜପତିନଗର, ଜାଗମରା, ଜୟଦେବବିହାର, କଳିଙ୍ଗନଗର, କଳ୍ପନା , ଲକ୍ଷ୍ମୀସାଗର , ଲୁଇସ୍ ରୋଡ୍, ମେଂଚଶ୍ୱର , ମାଷ୍ଟରକ୍ୟାଂଟିନ୍ , ନିଳାଦ୍ରିବିହାର, ପଳାଶୁଣି , ପୋଖରୀପୁଟ, ଶହୀଦନଗର, ଶୈଳଶ୍ରୀବିହାର , ଶିଶୁଭବନ ଛକ ଓ ୟୁନିଟ୍ ୨ ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ ରହିଛନ୍ତି ।