ଏଣିକି ବାହାଘରରେ ଯୋଗଦେବେ ୧୦୦, ମିଳିବ ପ୍ୟାକେଟ୍ ଖାଦ୍ୟ
ଗଞ୍ଜାମ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କଲା ଜିଲ୍ଲା ପ୍ରଶାସନ
ଗଞ୍ଜାମ : ସାରା ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢିବାରେ ଲାଗିଛି । ଯାହାକି ଚିନ୍ତାର ବିଷୟ ପାଲଟିଛି । ତେବେ ଗଞ୍ଜାମ ଜିଲାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ପ୍ରଶାସନ ତରଫରୁ ନାନା କଟକଣା ଜାରି କରାଯାଉଥିଲେ ମଧ୍ୟ ଏହା ଫଳପ୍ରଦ ହେଉନି। ଏବେ ଗଞ୍ଜାମ ଜିଲା ପ୍ରଶାସନ ଆଉ ଏକ କଟକଣା ଜାରି କରିଛି । ଯଦି କୌଣସି ବ୍ୟକ୍ତି ଏହି ନିର୍ଦେଶକୁ ଉଲଂଘନ କରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ଏଣିକି ବିବାହ ଭୋଜି ଅତିଥିଙ୍କୁ ଦିଆଯିବ ଖାଦ୍ୟ ପୁଡ଼ିଆ । ଏନେଇ କଟକଣା ଜାରୀ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଗରୁ ବିବାହ ଭୋଜିରେ ଆସିଥିବା ଅତିଥିଙ୍କୁ ଭଳିକି ଭଳି ଖାଦ୍ୟ ପରାଶା ଯାଉଥିବା ବେଳେ ଏବେ ଅତିଥିଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯାଇ ଚର୍ଚ୍ଚା କରାଯିବ । ବିବାହ ପାଇଁ ଆଗରୁ ୨୦୦ ଜଣଙ୍କୁ ଅନୁମତି ଥିବା ବେଳେ ଏବେ ଏହା ୧୦୦ଜଣଙ୍କୁ କରାଯାଇଛି । ସୂଚନା ଯେ, ସୋମବାର ଜିଲାରେ ଆଉ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୧୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୧ହଜାର ୭୧୪ଜଣ ସୁସ୍ଥ ରହିଛନ୍ତି । ସେହିପରି ଜିଲ୍ଲାରେ ବିଗତ ୨ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଅଙ୍କ ଉପରେ ରହିଥିଲା ।