ଆସାମ-ନାଗାଲାଣ୍ଡ ସୀମାରେ ସୁରକ୍ଷାବାହିନୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ
ଆସାମ : ଆସାମ-ନାଗାଲାଣ୍ଡ ସୀମା ନିକଟରେ ରବିବାର ସକାଳେ ସୁରକ୍ଷା ବାହିନୀ ସହ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ନିଷିଦ୍ଧ ଡିମାସା ନ୍ୟାସନାଲ ଲିବରେସନ୍ ଆର୍ମି (ଡିଏନଏଲଏ) ର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ସେନା ଅଧିକାରୀମାନେ କହିଛନ୍ତି । ପାରାମିଲିଟାରୀ ଆସାମ ରାଇଫଲ୍ସ ଏବଂ ରାଜ୍ୟ ପୋଲିସର ମିଳିତ ଦଳ ସହ ଗୁଳି ବିନିମୟ ପରେ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ରାଜ୍ୟର ସ୍ୱତନ୍ତ୍ର ପୋଲିସ ମହାନିର୍ଦ୍ଦେଶକ ଜି.ପି ସିଂ ଟୁଇଟ୍ କରି କହିଛନ୍ତି ଯେ ଆସାମ ପୋଲିସ ଏବଂ ଆସାମ ରାଇଫଲ୍ସ ଦ୍ୱାରା ସକାଳ ସକାଲେ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲାର ଧନସିରିପର୍ ଅଞ୍ଚଳରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
Assam | In a joint operation, Assam Police & Assam Rifles neutralised 6 DNLA terrorists in Dhansiri Area of Karbi Anglong, during the early morning today pic.twitter.com/EMkeLTCTLB
— ANI (@ANI) May 23, 2021
ସୂଚନା ଯେ, ମଇ ୧୯ ରେ ଡିଏନଏଲଏ ଉଗ୍ରବାଦୀମାନେ ଡୋଜିଙ୍ଗପଙ୍ଗ ଗାଁର ଜଣେ ସଞ୍ଜୟ ରୋଙ୍ଗହଙ୍ଗଙ୍କୁ ହତ୍ୟା କରିବା ପରେ ଜିଲ୍ଲାର ଧନସିରିପର ଅଞ୍ଚଳରେ କାଉଣ୍ଟର-ବିଦ୍ରୋହ କାର୍ୟ୍ୟ ତୀବ୍ର ହୋଇଥିଲା। ଏକ ସ୍ୱାଧୀନ “ଦିମାସା ରାଷ୍ଟ୍ର” ପାଇଁ ଲଢିବା ପାଇଁ ଏପ୍ରିଲ୍ ୨୦୧୯ ରେ ଡିଏନଏଲଏ ଗଠନ କରାଯାଇଥିଲା । ଏହି ସଂଗଠନର ସଦସ୍ୟମାନଙ୍କୁ ନାଗାଲାଣ୍ଡର ଜାତୀୟ ସମାଜବାଦୀ ପରିଷଦର ଇସାକ୍-ମୁଇଭା ଦଳ ଦ୍ୱାରା ତାଲିମ ଦିଆଯାଇଥିବା ଜଣାଯାଇଛି। ସେନାର ତୀବ୍ର କାର୍ୟ୍ୟନୁଷ୍ଠାନ ହେତୁ ବିଭିନ୍ନ ଅସୁବିଧା ସମ୍ମୁଖିନ ହେଉଥିବା ଏହି କ୍ୟାଡର ଶକ୍ତି କମିଯାଇଛି । କିନ୍ତୁ ଏହି ଦଳ କାର୍ବି ଆଙ୍ଗ୍ଲୋଙ୍ଗର ନିର୍ଦ୍ଦିଷ୍ଟ ପକେଟରେ ତଥା ଡିମା ହାସାଓ ଜିଲ୍ଲାକୁ ଲାଗି ସମସ୍ୟା ସୃଷ୍ଟି କରୁଛି ବୋଲି ଜଣେ ସେନା ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି।