ବାଲେଶ୍ୱର : ସାଢେ ୫ ଫୁଟ୍ ଲମ୍ବର ରଣା ସାପ ଉଦ୍ଧାର

ବାଲେଶ୍ୱର : ବାଲେଶ୍ଵର ଜିଲା ନୀଳଗିରି ବରିସାହି ଗାଁରୁ ରଣା ସାପ ଉଦ୍ଧାର। ଗ୍ରାମର ମାଳି କୁଅଁରଙ୍କ ବାଡ଼ି ପଛପଟ କାଠ ଭାଡ଼ିରେ ଏକ ସାଢ଼େ ୫ ଫୁଟ ଲମ୍ବର ରଣା ସାପ ଗର୍ଜନ କରୁଥିବା ବେଳେ ପରିବାର ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତା ସହ ସାପଟିକୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ନେଇ ନିକଟସ୍ଥ ସୂର୍ଣ୍ଣଚୂଡ଼ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଥିବାର ଜଣାପଡିଛି ।