ବିଧାନସଭା ଆଗରେ ହାତ କାଟି ବିଷ ପିଇଲେ ଯୁବକ
![](https://thetruths.in/wp-content/uploads/2021/09/Youngman-Suiside.jpg)
ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ଅଘଟଣ । ବିଧାନସଭା ଆଗରେ ନିଜର ହାତ କାଟି ବିଷ ପିଇଲେ ଜଣେ ଯୁବକ। ତେବେ ଯୁବକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଯେ, ଯୁବକ ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ । କଟକ ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ କରି ଦୁଷ୍ମନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ବିଏସକେୱାଇ କାର୍ଡ ଗ୍ରହଣ ହେଉନଥିବା ଏବଂ ଏସସିବିରେ ଚିକିତ୍ସା ହେଉନଥିବା ସେ ଅଭିଯୋଗ କରିଛନ୍ତି । ପ୍ରଥମେ ସେ ନିଜର ନିଜ ହାତ କାଟିଦେଇଥିଲେ ଓ ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧର କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି କରାଯାଇଛି। ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।