ଆଜି ରାଜ୍ୟର ୨୪ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀ ଜାରି ରହିଥିବାରୁ ଗ୍ରୀଷ୍ମ କୋପ ଅପେକ୍ଷାକୃତ କମ୍ ରହିଛି । ଫଳରେ ତାତିରୁ ମିଳିଛି ମୁକ୍ତି । କାଳବୈଶାଖୀ ପ୍ରଭାବ ଯୋଗୁଁ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହାପରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୨୪ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ତାତିରୁ ଆହୁରି ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି ।
ପାଣିପାଗ ପୂର୍ବାନୁମାନ, ଆସନ୍ତା ୩-୪ଦିନ ରାଜ୍ୟରେ ତାତି ବିଶେଷ ବଢ଼ିବ ନାହିଁ । ଅପରପକ୍ଷରେ ଆସନ୍ତା ୩ ଦିନ କାଳବୈଶାଖୀରାଜ୍ୟର ବିଭିନ୍ନ ସ୍ଥାନରେ ହେବା ସମ୍ଭାବନା ଅଛି । ମଙ୍ଗଳବାର ରାଜ୍ୟର ୨୪ଟି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ଏହା ପ୍ରଭାବରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଆଶଙ୍କା ଥିବା ପାଣିପାଗ ବିଭାଗ ସତର୍କ କରାଇଛି । କେତେକ ଜାଗାରେ ପ୍ରବଳ ବର୍ଷା ଢାଳିପାରେ । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର,ମୟୂରଭଞ୍ଜ, ଦେବଗଡ଼, ଢେଙ୍କାନାଳ,ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, ନବରଙ୍ଗପୁର, କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବଜ୍ରପାତ ଓ ଧୂଳିଝଡ଼ ହୋଇପାରେ । ପବନର ବେଗରେ ଘଣ୍ଟାପ୍ରତି ୪୦ କିମି ରହିପାରେ । ମୟୂରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତିର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଅଜାଡ଼ିବା ଆଶଙ୍କା ରହିଛି । ବର୍ଷା ଓ ଘଡଘଡିର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ୨୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବୁଧବାର ଓ ଗୁରୁବାର ମଧ୍ୟ ରାଜ୍ୟରେକାଳବୈଶାଖୀ ସମ୍ଭାବନା ଅଛି ।