ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ କୋଟି ନିକଟତର
ସଂକ୍ରମିତଙ୍କ ସଂଖ୍ୟା ୧୨କୋଟି ୯୪ଲକ୍ଷ ୫୦ହଜାର ୬୮୨ ଓ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୨୭ହଜାର ୩୮୪କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୨୭ହଜାର ୩୮୪ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨କୋଟି ୯୪ଲକ୍ଷ ୫୦ହଜାର ୬୮୨କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୪୩ଲକ୍ଷ ୯୯ହଜାର ୪୮୮ ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୨ଲକ୍ଷ ୨୩ହଜାର ୮୧୦ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୧ଲକ୍ଷ ୬୪ହଜାର ୧୮୫ ସଂକ୍ରମିତ ଓ ୫ଲକ୍ଷ ୬୫ହଜାର ୨୨୫ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୨୭ଲକ୍ଷ ୫୩ହଜାର ୨୫୮ସଂକ୍ରମିତ ଓ ୩ଲକ୍ଷ ୨୧ହଜାର ୮୮୬ମୃତ, ଫ୍ରାନ୍ସରେ ୪୬ ଲକ୍ଷ ୪୪ ହଜାର ୪୨୩ ସଂକ୍ରମିତ ଓ ୯୫ ହଜାର ୬୪୦ ମୃତ, ଋଷିଆରେ ୪୫ ଲକ୍ଷ ୪୫ ହଜାର ୯୫ ସଂକ୍ରମିତ ଓ ୯୮ ହଜାର ୮୫୦ ମୃତ, ୟୁକେରେ ୪୩ ଲକ୍ଷ ୪୫ ହଜାର ୭୮୮ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୭୧୩ ମୃତ, ଇଟାଲିରେ ୩୫ ଲକ୍ଷ ୮୪ ହଜାର ୮୯୯ ସଂକ୍ରମିତ ଓ ୧ଲକ୍ଷ ୯ ହଜାର ୩୪୬ମୃତ, ତୁର୍କୀରେ ୩୩ ଲକ୍ଷ ୧୭ ହଜାର ୧୮୨ ସଂକ୍ରମିତ ଓ ୩୧ ହଜାର ୫୩୭ ମୃତ, ସ୍ପେନରେ ୩୨ ଲକ୍ଷ ୮୪ ହଜାର ୩୫୩ ସଂକ୍ରମିତ ଓ ୭୫ ହଜାର ୪୫୯ ମୃତ, ଜର୍ମାନୀରେ ୨୮ ଲକ୍ଷ ୩୦ ହଜାର ୩୩୫ ସଂକ୍ରମିତ ଓ ୭୭ ହଜାର ୩୯ମୃତ, କଲମ୍ବିଆରେ ୨୪ ଲକ୍ଷ ୬ ହଜାର ୩୭୭ ସଂକ୍ରମିତ ଓ ୬୩ ହଜାର ୪୨୨ ମୃତ ରହିଛନ୍ତି ।