ବିଶ୍ୱରେ କରୋନା ସଂକ୍ରମିତ ୧୩କୋଟି ୩୦ଲକ୍ଷ ଓ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୮୫ହଜାରକୁ ବୃଦ୍ଧି
![](https://thetruths.in/wp-content/uploads/2021/04/T-World-Corona-Status-6.jpg)
ନୂଆଦିଲ୍ଲୀ : ବିଶ୍ୱର ୨୧୮ ଦେଶର କାୟା ମେଲାଇଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ବୁଧବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮ଲକ୍ଷ ୮୫ହଜାର ୧୪୭ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩କୋଟି ୩୦ଲକ୍ଷ ୧ହଜାର ୬୯୫କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୦କୋଟି ୭୨ଲକ୍ଷ ୪୭ହଜାର ୭୧୦ଜଣ ସୁସ୍ଥ ହୋଇ ଥିବାବେଳେ ୨କୋଟି ୨୮ଲକ୍ଷ ୬୮ହଜାର ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୧୫ଲକ୍ଷ ୫୯ହଜାର ୨୯୩ ସଂକ୍ରମିତ ଓ ୫ଲକ୍ଷ ୭୦ହଜାର ୨୪୨ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୩୧ଲକ୍ଷ ୬ହଜାର ୫୮ସଂକ୍ରମିତ ଓ ୩ଲକ୍ଷ ୩୭ହଜାର ୩୬୪ମୃତ, ଫ୍ରାନ୍ସରେ ୪୮ ଲକ୍ଷ ୪୧ ହଜାର ୩୦୮ ସଂକ୍ରମିତ ଓ ୯୭ ହଜାର ୨୭୩ ମୃତ, ଋଷିଆରେ ୪୫ ଲକ୍ଷ ୯୭ ହଜାର ୮୬୮ ସଂକ୍ରମିତ ଓ ୧ଲକ୍ଷ ୧ ହଜାର ୧୦୬ ଜଣ ମୃତ, ୟୁକେରେ ୪୩ ଲକ୍ଷ ୬୪ ହଜାର ୫୨୯ ସଂକ୍ରମିତ ଓ ୧ ଲକ୍ଷ ୨୬ ହଜାର ୮୬୨ ମୃତ, ଇଟାଲିରେ ୩୬ ଲକ୍ଷ ୮୬ ହଜାର ୭୦୭ ସଂକ୍ରମିତ ଓ ୧ଲକ୍ଷ ୧୧ ହଜାର ୭୪୭ମୃତ, ତୁର୍କୀରେ ୩୫ ଲକ୍ଷ ୭୯ ହଜାର ୧୮୫ ସଂକ୍ରମିତ ଓ ୩୨ ହଜାର ୬୬୭ ମୃତ, ସ୍ପେନରେ ୩୩ ଲକ୍ଷ ୧୭ ହଜାର ୯୪୮ ସଂକ୍ରମିତ ଓ ୭୫ ହଜାର ୯୧୧ ମୃତ, ଜର୍ମାନୀରେ ୨୯ ଲକ୍ଷ ୧୨ ହଜାର ୬୩୬ ସଂକ୍ରମିତ ଓ ୭୭ ହଜାର ୮୬୨ମୃତ, କଲମ୍ବିଆରେ ୨୪ ଲକ୍ଷ ୬୮ ହଜାର ୨୩୬ ସଂକ୍ରମିତ ଓ ୬୪ ହଜାର ୫୨୪ ମୃତ ରହିଛନ୍ତି ।