ମହିଳାମାନଙ୍କୁ କ୍ରିକେଟ୍ ଖେଳିବା ଉଚିତ ନୁହେଁ : ତାଲିବାନ
![](https://thetruths.in/wp-content/uploads/2021/09/Women-should-not-play-cricket.jpg)
କେନୱରା : ତାଲିବାର ଏକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମହିଳା ମାନଙ୍କୁ କ୍ରିକେଟ୍ ଖେଳିବା ପାଇଁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ଅଷ୍ଟ୍ରେଲିଆର ଏସବିଏସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ତାଲିବାନର ସାଂସ୍କୃତିକ କମିଟିର ଡେପୁଟି ମୁଖ୍ୟ ଅହମ୍ମଦୁଲ୍ଲା ୱାସିକ କହିଛନ୍ତି ଯେ, ମହିଳା ମାନଙ୍କୁ କ୍ରିକେଟ୍ ଖେଳିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ।
ସେ କହିଛନ୍ତି ଯେ, କ୍ରିକେଟ୍ ସମୟରେ ମକହିଳା ମାନେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି ଯେଉଁଠାରେ ସେମାନଙ୍କର ଚେହେରା ଏବଂ ଶରୀର ଆଚ୍ଛାଦିତ ହେବ ନାହିଁ ଏବଂ ଇସଲାମ ମହିଳାମାନଙ୍କୁ ଏହିପରି ଦେଖାଯିବାକୁ ଦେଇନଥାଏ । ଏହା ହେଉଛି ଗଣମାଧ୍ୟମର ଯୁଗ ଏବଂ ସେଠାରେ ଫଟୋ ଏବଂ ଭିଡ଼ିଓ ରହିବ ଏବଂ ତା ପରେ ଲୋକମାନେ ଏହାକୁ ଦେଖିବେ । ଇସଲାମ ଏବଂ ଇସଲାମିକ ଏମିରାତ ମହିଳାମାନଙ୍କୁ କ୍ରିକେଟ୍ ଖେଳିବାକୁ କିମ୍ବା ଏପରି ଖେଳ ଖେଳିବାକୁ ଦିଅନ୍ତି ନାହିଁ ।