ଜଳ ସଂରକ୍ଷଣ କରିବା ଆମର ପ୍ରାଥମିକତା : ପ୍ରକାଶ ଜାଭଡ଼େକର

- କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟେରି ଦ୍ୱାରା ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ବିକାଶ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି
ନୂଆଦିଲ୍ଲୀ : କେନ୍ଦ୍ର ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶୁକ୍ରବାର ଦିନ ଟେରି ଦ୍ୱାରା ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀକୁ ସମ୍ବୋଧିତ କରି ଜଳ ସଂରକ୍ଷଣ ଦିଗରେ କରାଯାଉଥିବା କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି ଯେ, ସ୍ୱାଧିନତା ସମୟରେ ଦେଶରେ ଜଳର ଉପଲବ୍ଧତା ୫୦୦୦ ଲିଟର ଥିଲା, ଯାହା ବର୍ତମାନ ପ୍ରତି ବ୍ୟକ୍ତିଙ୍କ ପାଇଁ ୧୧୦୦ ଲିଟରକୁ ବୃଦ୍ଧି ପାଇଛି ।
ସେ କହିଛନ୍ତି ଯେ, ଦେଶରେ ପାଖାପାଖି ୮୫ ପ୍ରତିଶତ ପାଣି କୃଷିକ୍ଷେତ୍ରରେ ବ୍ୟବହାର ହେଉଛି । ଏହି କ୍ଷେତ୍ରରେ ଜଳ ବ୍ୟବହାର ହ୍ରାସ କରିବାକୁ ଡ୍ରପ, କମ୍ ଜଳ ଚାଷର ପ୍ରେତ୍ସାହନ ସହିତ ନୂତନ ଟେକ୍ନୋଲୋଜି ଉପରେ ଗୁତ୍ୱ ଦିଆଯାଉଛି । ଜାଭଡ଼େକର କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ ଜଙ୍ଗଲ କ୍ୟାମ୍ପସ ପାଇଁ ସର୍ଭେ କରାଯାଉଛି । ଏଥିପାଇଁ କାମ୍ପା ଫଣ୍ଡରୁ ରାଜ୍ୟମାନଙ୍କୁ ୪୦,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଜଳ ସଂରକ୍ଷଣ ତଥା ଏହାର ସୁରକ୍ଷା ଦିଗରେ କେନ୍ଦ୍ର ସରକାର ଅନେକ ପ୍ରଭାବଶାଳୀ ପଦକ୍ଷେ ନେଉଛନ୍ତି । ଏହା ସହିତ କମ୍ ଜଳ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି ।