ଏଣିକି ପ୍ରତ୍ୟେକ ରବିବାରରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ଟୁର୍
ଭୁବନେଶ୍ୱର : ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣ ପରିପ୍ରେକ୍ଷୀରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍ସିଏସ୍ଟିଆରଟିଆଇ ପରିସରରେ ଥିବା ଜନଜାତି ସଂଗ୍ରହାଳୟକୁ ଅପ୍ରେଲ ୨୬ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ଭର୍ଚୁଆଲ୍ ମୋଡ୍ ରେ ଜନଜାତି ସଂଗ୍ରହାଳୟକୁ ଜନସାଧାରଣ ଫେସ୍ବୁକ୍ ଓ ଟୁଇଟର ପେଜ୍ @scstrti, @stscdev ଖୋଲି ପ୍ରତ୍ୟେକ ରବିବାର ବୁଲି ଦେଖିପାରିବେ ବୋଲି ଏସ୍ସିଏସ୍ଟିଆରଟିଆର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି ।
ଦେଶର ଶ୍ରେଷ୍ଠ ବିବେଚିତ ଏହି ଜନଜାତି ସଂଗ୍ରହାଳୟ ‘ମାନବ ସଂଗ୍ରହାଳୟ’ ଭାବେ ପରିଚିତ । ଏଠାରେ ୬୨ଟି ଜନଜାତି ଓ ୧୩ଟି ଆଦିମ ଜନଜାତିଙ୍କର ଜୀବନଶୈଳୀ ଓ ସଂସ୍କୃତି ସଂପର୍କରେ ପାଂଚଗୋଟି ଗ୍ୟାଲେରୀ ସହ ପିଭିଟିଜି ଗ୍ୟାଲେରୀ ରହିଛି । ଆଉ ମଧ୍ୟ ଜନଜାତି ପୂଜାପୀଠ, ଜନଜାତି ବାସଗୃହ, କାରୁକୃତି ଓ ବ୍ୟବହୃତ ବସ୍ତୁର ସମାହାର ସହ ଅଡିଟୋରିୟମ୍ ଆଦି ରହିଛି । ଭର୍ଚୁଆଲ୍ ମୋଡ୍ରେ ଆରମ୍ଭ ହୋଇଥିବା ୬ ମିନିଟ୍ ର ବୃତ ଚିତ୍ରରେ ଦର୍ଶକମାନେ ଜନଜାତି ସଂଗ୍ରହାଳୟ ସଂପର୍କରେ ଜାଣିପାରିବେ ।