ଆଜି ୫ ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର : କୋଭିସିଲ୍ଡ ଟିକାର ଅଭାବ କାରଣରୁ ଆଜି ୫ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜିଲ୍ଲାଗୁଡିକ ହେଲା ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, ସୋନପୁର। ସେହିପରି ଗତ ଗୁରୁବାର ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା। ଟିକାର ସପ୍ଲାଏ କମ ରହୁଥିବାରୁ ଅନେକ ଗୁଡ଼ିଏ କେନ୍ଦ୍ର ବନ୍ଦ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି। ଏଥିସହିତ ପୂରା ଜିଲ୍ଲାରେ ମଧ୍ୟ ବନ୍ଦ କରିବାକୁ ପଡୁଛି। ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଏବେ ୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ ।
ଏଥିସହ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦ୍ଵିତୀୟ ଡୋଜ ଟିକା ଦେବା ପାଇଁ ମଧ୍ୟ ସମ୍ଭବପର ହେବ ନାହିଁ। ଏହାପରେ ଶନିବାର ଓ ରବିବାର ପୁରା ରାଜ୍ୟରେ ଟିକାକରଣ ବନ୍ଦ ରହୁଥିବାରୁ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବ। ଏଥିସହିତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାରେ ବିଳମ୍ବ ମଧ୍ୟ ହୋଇପାରେ। ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏବେ ୧ ଲକ୍ଷ ୬୬୦ ଡୋଜ କୋଭିସିଲ୍ଡ ଟିକା ଥିବା ବେଳେ ୩ ଲକ୍ଷ ୩୪ ହଜାର ୫ଶହ ଡୋଜ କୋଭାକ୍ସିନ ଟିକା ମହଜୁଦ ରହିଛି।