ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ

ଭୁବନେଶ୍ୱର : ଲକ୍ ଡାଉନ୍ ସମୟରେ ସପ୍ତାହର ରବିବାରକୁ ଛାଡି ଅନ୍ୟ ସମସ୍ତ ଦିନରେ କରୋନା ଟିକା ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।
ରାଜ୍ୟରେ ଟିକାକରଣ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଆସନ୍ତା ୫ ତାରିଖରୁ ୧୯ ତାରିଖ ଯାଏଁ ରାଜ୍ୟରେ ଲକ୍ଡାଉନ୍ ଲାଗୁ ହେଉଥିବାରୁ ଟିକାକରଣ ନେଇ ସାନି ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ରବିବାର ବ୍ୟତିତ ବାକି ସମସ୍ତ ଦିନରେ ଟିକାକରଣ ଜାରି ରହିବ । ଟିକା ନେବାକୁ ଚାହୁଁଥିବା ବ୍ୟକ୍ତିମାନେ ନିଜ ନିଜ ବ୍ୟବସ୍ଥାରେ ଯାଇ ସୋମବାରରୁ ଶନିବାର ମଧ୍ୟରେ ଟିକା ନେଇପାରିବେ ।