ରାଜ୍ୟରେ ଆଜି ୪ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ ଆଜି ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲାରେ ଟିକାକରଣ ହେବ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯାଇଛି। ତେବେ ବଳକା ୨୬ଟି ଜିଲ୍ଲାରେ ୪୦୫ଟି ଅଧିବେଶନରେ ଟିକାକରଣ କରାଯିବ। ଗୁରୁବାର ରାଜ୍ୟରେ ସମୁଦାୟ ୪୬୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଷର ୨୭,୮୮୪ଜଣଙ୍କୁ ପ୍ରଥମ, ୪୫ବର୍ଷରୁ ଅଧିକ ୧୯,୭୫୭ ଓ ୪୬୭୨ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକାକୁ ମିଶାଇ ସମୁଦାୟ ୫୮,୨୦୮ଜଣ ଟିକା ନେଇଛନ୍ତି।
ରାଜ୍ୟରେ ଏ ପର୍ଯ୍ୟନ୍ତ ୬୮ଲକ୍ଷ ୭୦ହଜାର ୩୨୬ଜଣ ଟିକା ନେଇ ସାରିଲେଣି। ସେହିପରି ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୮ ପ୍ରତିଶତ ପ୍ରଥମ, ୮୭ ପ୍ରତିଶତ ଦ୍ବିତୀୟ, ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୧୨୦ ପ୍ରତିଶତ ପ୍ରଥମ, ୯୦ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଅପରପକ୍ଷରେ ରାଜ୍ୟରେ ଏବେ ୧୦ଲକ୍ଷ ୬୧ହଜାର ୪୦ ଡୋଜ୍ ଟିକା ମହଜୁଦ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଟିକା ସାମିଲ ଅଛି।