ଦିଲ୍ଲୀ ବାସଭବନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ନୂଆଦିଲ୍ଲୀ : ସମଗ୍ର ଦୁନିଆ ଯେତେବେଳେ ଆନ୍ତର୍ଜାତିକ ଯୋଗ ଦିବସକୁ ଅତ୍ୟନ୍ତ ହର୍ଷୋଉଲ୍ଲାଷରେ ପାଳନ କରୁଛି ସେତେବେଳେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଏଥିରୁ ବାଦ ପଡିନଥିଲେ। ଯୋଗ ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାର ଅଙ୍ଗ ବିଶେଷ। ସମାଜକୁ ବାର୍ତ୍ତା ଦେବାପାଇଁ ଆନ୍ତର୍ଜାତିକ ଯୋଗ ଦିବସରେ ସେ କିଛି ଯୋଗାସନର ଫଟୋଚିତ୍ର ମିଡ଼ିଆ ଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।
ସେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ଯୋଗ ହି ଏକମାତ୍ର ନିଶୁଳ୍କ ମାଧ୍ୟମ। ଏହା କେବଳ ଜୀବନକୁ ନିରାମୟ କରେନାହିଁ ଅନେକ ଜଟିଳ ରୋଗରୁ ମୁକ୍ତି ଦେଇଥାଏ। ସମସ୍ତଙ୍କୁ ପ୍ରତ୍ଯେହ ଯୋଗ ପ୍ରାଣାୟାମ କରିବା ପାଇଁ ଆହ୍ବାନ କରିଛନ୍ତି ।