ଟୋକିଓ ଅଲିମ୍ପିକ୍ସ : ସୁଟିଂରେ ନିରାଶ କଲେ ସୌରଭ ଏବଂ ମନୁ ଯୋଡି
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ସୌରଭ ଚୌଧୁରୀ ଏବଂ ମନୁ ଭକରଙ୍କ ଯୋଡି ସୁଟିଂରେ ନିରାଶ କରିଛନ୍ତି । ସୁଟର ମନୁ ଭାସ୍କର ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଏହି ଯୋଡ଼ି ୧୦ ମିଟର ଏୟାର ପିସ୍ତଲ ମକ୍ଟଳର ଟିମର ଯୋଗ୍ୟତା ପର୍ଯ୍ୟାୟ ୨ୟ ରାଉଣ୍ଡରେ ପହଂଚିଥିଲେ । କିନ୍ତୁ ଏଠାରେ ସେମାନେ ନିଜର ଶେଷ୍ଠତା ପ୍ରଦର୍ଶନ କରିପାରି ନଥିଲେ ।
ସୌରଭ ପ୍ରଥମ ଷ୍ଟେଜରେ ୨୯୬ ଓ ମନୁ ୨୮୬ ସ୍କୋର ହାସଲ କରିଥିଲେ । ଶୀର୍ଷ-୮ ଟିମ ଯୋଗ୍ୟତା ଅର୍ଜନ କରି ୨ୟ ଷ୍ଟେଜରେ ପହଂଚିଥିଲେ । ପ୍ରତ୍ୟେକ ସୁଟରଙ୍କୁ ସିରିଜରେ ୧୦ ସଟ ମାରିବାକୁ ସୁଯୋଗ ମିଳିଥିଲା । ଶୀର୍ଷ-୨ଟି ଟିମ ସ୍ୱର୍ଣ୍ଣପଦକ ପାଇଁ ଲଢ଼େଇ କରିବେ । ତୃତୀୟ ଓ ୪ର୍ଥ ଟିମ କାଂସ୍ୟ ପଦକ ପାଇଁ ଖେଳିବେ । ପ୍ରଥମ ଷ୍ଟେଜରେ ଶୀର୍ଷ ସ୍ଥାନରେ ଥିବା ମନୁ-ସୌରଭଙ୍କ ଯୋଡି ଦ୍ୱିତୀୟ ରାଉଣ୍ଡରେ ୭ ନମ୍ବର ସ୍ଥାନରେ ରହିଲେ । କିନ୍ତୁ ମେଡାଲ ରାଉଣ୍ଡ ପାଇଁ ୪ଟିକୁ ଯୋଗ୍ୟତା ମିଳିଛି ।