ବିଶ୍ୱରେ ଆଉ ୩,୩୫,୪୨୯ ସଂକ୍ରମିତ ଓ ୮,୦୨୧ ମୃତ
![](https://thetruths.in/wp-content/uploads/2021/06/T-World-Corona-Status-7.jpg)
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୩ଲକ୍ଷ ୬୨ହଜାର ୭୦୯ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୩୬ହଜାର ୮୨୨କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୩୫ହଜାର ୪୨୯ ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୩ଲକ୍ଷ ୬୨ହଜାର ୭୦୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୩୬ହଜାର ୮୨୨ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୧୭ଲକ୍ଷ ୮୮ହଜାର ୮୯୮ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୭ଲକ୍ଷ ୩୬ହଜାର ୯୮୯ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୫୦ହଜାର ୨୦୧ ସଂକ୍ରମିତ ଓ ୬ଲକ୍ଷ ୧୫ହଜାର ୬୮୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୫ଲକ୍ଷ ୪୩ହଜାର ୮୫୩ସଂକ୍ରମିତ ଓ ୪ଲକ୍ଷ ୯୧ହଜାର ୧୬୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୪୪ ହଜାର ୫୮୯ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୫୩୦ ମୃତ, ତୁର୍କୀରେ ୫୩ ଲକ୍ଷ ୪୨ ହଜାର ୨୮ ସଂକ୍ରମିତ ଓ ୪୮ ହଜାର ୮୭୯ ମୃତ, ଋଷିଆରେ ୫୨ ଲକ୍ଷ ୩୬ ହଜାର ୫୯୩ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୧୮୦ ମୃତ, ୟୁକେରେ ୪୫ ଲକ୍ଷ ୮୧ ହଜାର ୬ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୧୭ ମୃତ, ଇଟାଲିରେ ୪୨ ଲକ୍ଷ ୪୭ ହଜାର ୩୨ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୧୦୧ମୃତ, ଆର୍ଜେଣ୍ଟିନାରେ ୪୧ ଲକ୍ଷ ୭୨ ହଜାର ୭୪୨ ସଂକ୍ରମିତ ଓ ୮୬ ହଜାର ୬୧୫ମୃତ, କଲୋମ୍ବିଆରେ ୩୭ ଲକ୍ଷ ୭୭ ହଜାର ୬୦୦ ସଂକ୍ରମିତ ଓ ୯୬ ହଜାର ୩୬୬ମୃତ, ସ୍ପେନରେ ୩୭ ଲକ୍ଷ ୪୫ ହଜାର ୧୯୯ ସଂକ୍ରମିତ ଓ ୮୦ ହଜାର ୫୭୯ ମୃତ ରହିଛନ୍ତି ।ବିଶ୍ୱରେ ଆଉ ୩,୩୫,୪୨୯ ସଂକ୍ରମିତ ଓ ୮,୦୨୧ ମୃତ