ବିଶ୍ୱରେ ଆଉ ୩,୦୮,୦୭୫ ସଂକ୍ରମିତ ଓ ୫,୭୬୪ ମୃତ
![](https://thetruths.in/wp-content/uploads/2021/06/T-World-Corona-Status-17.jpg)
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୨୧ଲକ୍ଷ ୭୩ହଜାର ୯୬୪ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୪୪ହଜାର ୯୦୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୮ହଜାର ୭୫ ଜଣ ସଂକ୍ରମିତ ହୋଇଥିବାବେଳେ ୫ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୨୧ଲକ୍ଷ ୭୩ହଜାର ୯୬୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୪୪ହଜାର ୯୦୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୬୭ଲକ୍ଷ ୨୯ହଜାର ୩୮୪ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୪ଲକ୍ଷ ୯୯ହଜାର ୬୭୨ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୫ଲକ୍ଷ ୯ହଜାର ୨୬ ସଂକ୍ରମିତ ଓ ୬ଲକ୍ଷ ୧୯ହଜାର ୫୬୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୩ଲକ୍ଷ ୨୨ହଜାର ୭୬୦ ସଂକ୍ରମିତ ଓ ୫ଲକ୍ଷ ୧୧ ହଜାର ୨୭୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୬ ହଜାର ୩୧୫ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୯୩୯ ମୃତ, ଋଷିଆରେ ୫୭ ଲକ୍ଷ ୭୦ ହଜାର ୫୩୦ ସଂକ୍ରମିତ ଓ ୧ଲକ୍ଷ ୧୧ ହଜାର ୧୨ ମୃତ, ତୁର୍କୀରେ ୫୪ ଲକ୍ଷ ୧୪ ହଜାର ୩୧୦ ସଂକ୍ରମିତ ଓ ୪୯ ହଜାର ୬୩୪ ମୃତ, ୟୁକେରେ ୫୪ ଲକ୍ଷ ୧୪ ହଜାର ୩୧୦ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୬୮ ମୃତ, ଆର୍ଜେଣ୍ଟିନାରେ ୪୪ ଲକ୍ଷ ୨୩ ହଜାର ୬୩୬ ସଂକ୍ରମିତ ଓ ୯୩ ହଜାର ୧୪୨ମୃତ, ଇଟାଲିରେ ୪୨ ଲକ୍ଷ ୫୮ ହଜାର ୪୫୬ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୫୦୦ମୃତ, କଲୋମ୍ବିଆରେ ୪୧ ଲକ୍ଷ ୮୭ ହଜାର ୧୯୪ ସଂକ୍ରମିତ ଓ ୧ ଲକ୍ଷ ୫ ହଜାର ୩୨୬ମୃତ, ସ୍ପେନରେ ୩୭ ଲକ୍ଷ ୯୨ ହଜାର ୬୪୨ ସଂକ୍ରମିତ ଓ ୮୦ ହଜାର ୭୮୯ ମୃତ ରହିଛନ୍ତି ।