ବିଶ୍ୱରେ ଆଉ ୪ଲକ୍ଷ୩୭ ସଂକ୍ରମିତ ଓ ୮,୩୯୬ ମୃତ
![](https://thetruths.in/wp-content/uploads/2021/06/T-World-Corona-Status-14.jpg)
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୭ଲକ୍ଷ ୪୬ହଜାର ୩୮୬ ଓ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୧୫ହଜାର ୪୫୩କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୩୭ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୩୯୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୧୧ଲକ୍ଷ ୫୮ହଜାର ୯୪୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ଲକ୍ଷ ୨୪ହଜାର ୩୯୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୫୭ଲକ୍ଷ ୪୫ହଜାର ୮୪୬ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୪ଲକ୍ଷ ୮୮ହଜାର ୭୦୨ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୪ଲକ୍ଷ ୧ହଜାର ୭୫୪ ସଂକ୍ରମିତ ଓ ୬ଲକ୍ଷ ୧୯ହଜାର ୧୩୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୮୩ଲକ୍ଷ ୨୨ହଜାର ୭୬୦ ସଂକ୍ରମିତ ଓ ୫ଲକ୍ଷ ୧୧ ହଜାର ୨୭୨ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୬୬ ହଜାର ୩୧୫ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୯୩୯ ମୃତ, ଋଷିଆରେ ୫୪ ଲକ୍ଷ ୯ ହଜାର ୮୮ ସଂକ୍ରମିତ ଓ ୧ଲକ୍ଷ ୩୨ ହଜାର ୬୪ ମୃତ, ତୁର୍କୀରେ ୫୩ ଲକ୍ଷ ୯୮ ହଜାର ୮୭୮ ସଂକ୍ରମିତ ଓ ୪୯ ହଜାର ୪୭୩ ମୃତ, ୟୁକେରେ ୪୬ ଲକ୍ଷ ୯୯ ହଜାର ୮୬୮ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୬୬ ମୃତ, ଆର୍ଜେଣ୍ଟିନାରେ ୪୩ ଲକ୍ଷ ୭୪ ହଜାର ୫୮୭ ସଂକ୍ରମିତ ଓ ୯୧ ହଜାର ୯୭୯ମୃତ, ଇଟାଲିରେ ୪୨ ଲକ୍ଷ ୫୬ ହଜାର ୪୫୧ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୪୧୮ମୃତ, କଲୋମ୍ବିଆରେ ୪୦ ଲକ୍ଷ ୯୨ ହଜାର ୭୪୬ ସଂକ୍ରମିତ ଓ ୧ ଲକ୍ଷ ୩ ହଜାର ୩୨୧ମୃତ, ସ୍ପେନରେ ୩୭ ଲକ୍ଷ ୮୨ ହଜାର ୪୬୩ ସଂକ୍ରମିତ ଓ ୮୦ ହଜାର ୭୭୯ ମୃତ ରହିଛନ୍ତି ।