ରାଜ୍ୟରେ ଆଉ ୨,୮୦୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ପରେ ଏବେ ଜୁଲାଇ ମଧ୍ୟ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୮୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୬୧୩ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୧୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୩୫ହଜାର ୧୩୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୦୨ ଜଣ ଥିବାବେଳେ ବାଲେଶ୍ୱରରୁ ୧୫୩, ବରଗଡରୁ ୩୩, ଭଦ୍ରକରୁ ୮୩, ବଲାଙ୍ଗୀରରୁ ୧୦,ବୌଦ୍ଧରୁ ୯. କଟକରୁ ୪୪୧, ଦେବଗଡରୁ ୪, ଢେଙ୍କାନାଳରୁ ୧୨୪, ଗଜପତିରୁ ୬, ଗଞ୍ଜାମରୁ ୧୯, ଜଗତସିଂହପୁରରୁ ୧୧୯, ଯାଜପୁରରୁ ୨୫୨, ଝାରସୁଗୁଡାରୁ ୧୦, କଳାହାଣ୍ଡିରୁ ୨୫, କନ୍ଧମାଳରୁ ୧୭, କେନ୍ଦ୍ରାପଡାରୁ ୫୭, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୫୯୦, କୋରାପୁଟରୁ ୨୯, ମାଲକାନଗିରିରୁ ୩୫, ମୟୂରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୨୦, ନୟାଗଡରୁ ୮୬, ନୂଆପଡାରୁ ୭, ପୁରୀରୁ ୧୩୮, ରାୟଗଡାରୁ ୩୦, ସମ୍ବଲପୁରରୁ ୨୬, ସୋନପୁରରୁ ୧୬, ସୁନ୍ଦରଗଡରୁ ୬୫ ଓ ଷ୍ଟେଟପୁଲରୁ ୧୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୩୫,୧୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯,୦୩,୧୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୭ହଜାର ୪୨୯ଜଣ ସକ୍ରିୟ ମାମଲା ରହିଛି ।