ରାଜ୍ୟରେ ଆଉ ୨,୮୦୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ସୋମବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୮୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୫୯୭ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୨୦୬ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୪ହଜାର ୬୯୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୭ଜଣ ଥିବାବେଳେ ବାଲେଶ୍ୱରରୁ ୧୫୫ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୧୩୧ଜଣ, ବଲାଙ୍ଗୀରରୁ ୩ ଜଣ, ବୌଦ୍ଧରୁ ୨୧ଜଣ, କଟକରୁ ୪୪୧ଜଣ, ଦେବଗଡ଼ରୁ ୯ଜଣ, ଢେଙ୍କାନାଳରୁ ୬୭ଜଣ, ଗଜପତିରୁ ୧୦ ଜଣ, ଗଞ୍ଜାମରୁ ୨୦ ଜଣ, ଜଗତସିଂହପୁରରୁ ୧୧୭ ଜଣ, ଯାଜପୁରରୁ ୧୫୩ ଜଣ, ଝାରସୁଗୁଡ଼ାରୁ ୭ ଜଣ, କଳାହାଣ୍ଡିରୁ ୧୫ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୧୧୯ଜଣ, କେଉଁଝରରୁ ୬୪ଜଣ, ଖୋର୍ଦ୍ଧାରୁ ୪୭୫ ଜଣ, କୋରାପୁଟରୁ ୬୫ଜଣ, ମାଲକାନଗିରିରୁ ୫୫ଜଣ, ମୟୁରଭଞ୍ଜରୁ ୧୯୩ଜଣ, ନବରଙ୍ଗପୁରରୁ ୧୫ ଜଣ, ନୟାଗଡ଼ରୁ ୧୧୫ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୫୪ଜଣ, ରାୟଗଡ଼ାରୁ ୫୪ଜଣ, ସମ୍ୱଲପୁରରୁ ୩୨ଜଣ, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୬୨ ଓ ଏବଂ ରାଜ୍ୟ ପୁଲ୍ରୁ ୯୧ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୨୪,୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୯୦,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨୯ହଜାର ୬୨୦ଜଣ ସକ୍ରିୟ ମାମଲା ରହିଛି ।