ରାଜ୍ୟରେ ଆଉ ୩,୨୨୨ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୩ହଜାର ୨୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୮୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୩୮୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୧୬ହଜାର ୧୦୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୯୧ ଜଣ ଥିବାବେଳେ ବାଲେଶ୍ୱରରୁ ୨୦୮ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୪୧ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୬୧୯ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୪୧ଜଣ, ଗଜପତିରୁ ୯ ଜଣ, ଗଞ୍ଜାମରୁ ୨୪ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୯୦ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୨୫ ଜଣ, କନ୍ଧମାଳରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୧୭୯ଜଣ, କେଉଁଝରରୁ୬୪, ଖୋର୍ଦ୍ଧାରୁ ୪୨୨ ଜଣ, କୋରାପୁଟରୁ ୫୩ଜଣ, ମାଲକାନଗିରିରୁ ୬୬ଜଣ, ମୟୁରଭଞ୍ଜରୁ ୧୯୫ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୧୧୪ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୧୮୮ଜଣ, ରାୟଗଡ଼ାରୁ ୬୧ଜଣ, ସମ୍ୱଲପୁରରୁ ୩୧ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଏବଂ ରାଜ୍ୟ ପୁଲ୍ରୁ ୬୯ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୯,୧୬,୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୮୦,୯୯୭ ଜଣ ସୁସ୍ଥ ହୋଇଥିବା ବେଳେ ୩୦ହଜାର ୯୫୦ଜଣ ସକ୍ରିୟ ମାମଲା ରହିଛି ।