ବିଗୁଡ଼ିଛି ରାଜ୍ୟର ସ୍ଥିତି : ୪୭୧ କରୋନା ସଂକ୍ରମିତ ଚିହ୍ନଟ

Many coronaviruses, cause of Covid-19, 3d illustration.
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଲଗାତର କିଛି ଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଖ୍ୟା ୪ ଶହ ଉପରେ ରହିଛି। ଏହାରି ମଧ୍ୟରେ ରବିବାର ୨୭ ଜିଲା ଓ ରାଜ୍ୟ ପୁଲ୍ରୁ ୪୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୯୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୦ଜଣ ଥିବାବେଳେ ବାଲେଶ୍ୱରରୁ ୧୫, ବରଗଡରୁ ୫, ଭଦ୍ରକରୁ ୬, ବଲାଙ୍ଗୀରରୁ ୩୬, କଟକରୁ ୨୨, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୧, ଯାଜପୁରରୁ ୧୧, ଝାରସୁଗୁଡାରୁ ୨୩, କଳାହାଣ୍ଡିରୁ ୫୦, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୧, ଖୋର୍ଧାରୁ ୪୦, କୋରାପୁଟରୁ ୭, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୧୭, ନୟାଗଡରୁ ୪, ନୂଆପଡାରୁ ୪୨, ପୁରୀରୁ ୧୪, ରାୟଗଡାରୁ ୮, ସମ୍ବଲପୁରରୁ ୨୭, ସୋନପୁରରୁ ୨, ସୁନ୍ଦରଗଡରୁ ୮୫ ଜଣ ଏବଂ ରାଜ୍ୟ ପୁଲ୍ରୁ ୯ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୩,୪୨,୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦୮୫ ଜଣ ସକ୍ରିୟ ମାମଲା ରହିଥିବା ବେଳେ ୩,୩୭,୬୩୫ଜଣ ସୁସ୍ଥ ହୋଇଛନ୍ତି ।