ରାଜ୍ୟରେ ଆଉ ୨,୯୧୨ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ତଳକୁ ଖସୁଛି । ଏହାରି ମଧ୍ୟରେ ଶୁକ୍ରବାର ଦୈନିକ ସଂକ୍ରମଣ ୩୦୦୦ ତଳେ ରହିଛି । ୩୦ଟି ଜିଲା ଏବଂ ରାଜ୍ୟ ପୁଲରୁ ଆଉ ୨ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ହଜାର ୬୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧ହଜାର ୨୩୭ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୯୩ହଜାର ୫୦୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୧୧୯ ଜଣ ଥିବାବେଳେ ବାଲେଶ୍ୱରରୁ ୨୨୦ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୧୩୬ଜଣ, ବଲାଙ୍ଗୀରରୁ ୧୨ଜଣ, ବୌଦ୍ଧରୁ ୧୮ଜଣ, କଟକରୁ ୩୮୨ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୧୩ଜଣ, ଗଞ୍ଜାମରୁ ୧୮ଜଣ, ଜଗତସିଂହପୁରରୁ ୧୩୧ଜଣ, ଯାଜପୁରରୁ ୨୯୨ଜଣ, ଝାରସୁଗୁଡ଼ାରୁ ୧୪ଜଣ, କଳାହାଣ୍ଡିରୁ ୩୫ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୭୧ଜଣ, କେନ୍ଦୁଝରରୁ ୭୦ଜଣ, ଖୋର୍ଦ୍ଧାରୁ ୪୦୧ଜଣ, କୋରାପୁଟରୁ ୫୪ଜଣ, ମାଲକାନଗିରିରୁ ୪୯ଜଣ, ମୟୁରଭଞ୍ଜରୁ ୧୭୪ଜଣ, ନବରଙ୍ଗପୁରରୁ ୫୦ଜଣ, ନୟାଗଡ଼ରୁ ୧୪୦ଜଣ, ନୂଆପଡ଼ାରୁ ୮ଜଣ, ପୁରୀରୁ ୧୬୧ଜଣ, ରାୟଗଡ଼ାରୁ ୫୨ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୧୩ଜଣ, ସୁନ୍ଦରଗଡ଼ରୁ ୭୧ଜଣ ଏବଂ ରାଜ୍ୟ ପୁଲ୍ରୁ ୬୫ ଜଣ ରହିଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ମୋଟ୍ ୮,୯୩,୫୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୮,୫୬,୪୯୮ ଜଣ ସୁସ୍ଥ ହୋଇଥିବା ବେଳେ ୩୩ହଜାର ୧୫୬ଜଣ ସକ୍ରିୟ ମାମଲା ରହିଛି ।