ଆଜି ଆସିବ ଜୁଲାଇ ଗାଇଡ ଲାଇନ!
![](https://thetruths.in/wp-content/uploads/2021/06/IMG_20210630_092039.jpg)
- ରେଡ ଜୋନରେ ଥିବା ଜିଲାଗୁଡିକ ପାଇଁ ଟେନସନ
ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ କରୋନାସ୍ଥିତି ପୂର୍ବାପେକ୍ଷା ସଂକ୍ରମଣ କମ୍ ରହିଛି । ବର୍ତ୍ତମାନ ପଜିଟିଭିଟି ହାର ୫ ପ୍ରତିଶତରୁ ତଳକୁ ଖସିଛି । କିନ୍ତୁ ରେଡ ଜୋନରେ ଥିବା ଜିଲ୍ଲାଗୁଡିକରେ ସଂକ୍ରମଣ ବଢିବାର ଭୟକୁ ଆଦୌ ଏଡାଯାଇପାରିବ ନାହିଁ । ସେଥିଲାଗି ତିନିଟି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଥିବାରୁ ସେଠାରେ କଣ କଟକଣା ଲାଗୁ ହେବ ଓ ରାଜ୍ୟ ସରକାର କେଉଁ ରଣନୀତିକୁ ଆପଣାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ୩ଟି ଜିଲା ଖୋର୍ଦ୍ଧା, ବାଲେଶ୍ୱର ଓ କଟକରେ ସଂକ୍ରମଣ ହାର ବର୍ତ୍ତମାନ ମଧ୍ୟ ୫ ପ୍ରତିଶତରୁ ଅଧିକ ରହୁଛି । ସେହିଭଳି ୟେଲୋ ଜୋନରେ ୬ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ଜଗତସିଂହପୁର, ନୟାଗଡ଼ ଓ ପୁରୀ ଜିଲ୍ଲା ରହିଛି । ଅନ୍ୟ ୨୧ଟି ଜିଲ୍ଲାରେ ସଂକ୍ରମଣ କମିଥିବା ବେଳେ ଗ୍ରୀନ୍ ଜୋନରେ ରହିଛି । ସଂକ୍ରମଣ ହାର କମ ରହିଥିବା ଜିଲ୍ଲାଗୁଡିକୁ ସର୍ବାଧିକ କଟକଣାମୁକ୍ତ କରିବାକୁ କେନ୍ଦ୍ରସରକାର ଜୁଲାଇ ଗାଇଡଲାଇନରେ ଘୋଷଣା କରିଛନ୍ତି । ରାଜ୍ୟରେ ଗ୍ରୀନ ଜୋନଗୁଡିକ ଥିବା ଜିଲ୍ଲାରେ ସଂକ୍ରମଣ ହାର କମ ରହିଥିବାରୁ କଟକଣା ମୁକ୍ତ ଘୋଷଣା କରାଯାଇପାରେ । ମାତ୍ର ରେଡ ଜୋନ ଓ ୟେଲ୍ଲୋ ଜୋନ ପାଇଁ ସରକାର କିଛି ନୂଆ ରଣନୀତି ଆପଣାଇପାରନ୍ତି ।
ଆଜି ଆସିବ ଜୁଲାଇ ଗାଇଡ ଲାଇନ। ଅନଲକକୁ ରାଜ୍ୟ ସରକାର ଯିବେ ନା ପୁଣି ସେହି ଆଂଶିକ ଲକଡାଉନ ଷ୍ଟ୍ରାଟେଜି ଆପଣାଇବେ ? ସଂକ୍ରମଣ ହାର ଅଧିକ ଥିବା ଜିଲା ପାଇଁ କି ରଣନୀତି ଅପଣାଇବେ । ଏସବୁ ନେଇ ଏବେ ଚର୍ଚ୍ଚା । କାରଣ କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକା ରହିବା ଚିନ୍ତାର କାରଣ ହୋଇଛି । ଏତିକି ବେଳେ ରାଜ୍ୟ ସରକାର ଆଜି ଆଣିବାକୁ ଯାଉଛନ୍ତି ଜୁଲାଇ ମାସ ପାଇଁ ଗାଇଡଲାଇନ ।
ସେପଟେ ଜୁଲାଇ ୩୧ ତାରିଖ ଯାଏଁ କରୋନା କଟକଣା କଡ଼ାକଡ଼ି ପାଳନ କରିବା ଲାଗି କେନ୍ଦ୍ର, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ତାଗିଦ କରିଛି। କେନ୍ଦ୍ର ଗୃମ ନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛି। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଆଧାରରେ କୋଭିଡ କଟକଣାକୁ ପାଳନ କରିବା ଲାଗି ଗୃହ ମନ୍ତ୍ରଣାଳୟ ଜଣାଇଛି। କୋଭିଡ ମାମଲା ଖସୁଥିବାରୁ କିଛି ରାଜ୍ୟ କଟକଣା କୋହଳ କରୁଛନ୍ତି। ତେବେ ସ୍ଥିତିକୁ ଦେଖି ସତର୍କତାମୂଳକ ପଦକ୍ଷେପ ନେବା ଲାଗି କେନ୍ଦ୍ର ସତର୍କ କରିଦେଇଛି। ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସମସ୍ତ ରାଜ୍ୟକୁ ଚିଠି ଲେଖିଛନ୍ତି। ସେହିପରି ଆଜି ଆସିବ ଜୁଲାଇ ମାସ ଲାଗି ଗାଇଡଲାଇନ୍। ତେବେ ୨୧ ଜିଲାରେ ବର୍ତ୍ତମାନ ଟି.ପି.ଆର. ୫ ପ୍ରତିଶତ ତଳେ ଥିବାରୁ ଏସବୁ ଜିଲ୍ଲାରେ ଅନେକ କଟକଣା କୋହଳ କରିପାରନ୍ତି ସରକାର। ଏ- କାଟାଗୋରୀରେ ଆସୁଥିବା ୧୭ ଜିଲା ସହ ଆଉ ୪ ଜିଲ୍ଲାକୁ ସାମିଲ କରି ସେଠି ବସ୍ ଚଳାଚଳ ହେବା ସହ ଦୋକାନ ଖୋଲିବା ଅବଧି ବଢ଼ାଯାଇପାରେ। ହେଲେ କଟକ, ଖୋର୍ଦ୍ଧା, ବାଲେଶ୍ବର, ପୁରୀ ଓ ମୟୁରଭଞ୍ଜ ଭଳି ୫ ଜିଲ୍ଲାରେ ଟି.ପି.ଆର. ୭ ପ୍ରତିଶତ ଉପରେ ଥିବାରୁ ଏସବୁ ଜିଲାରେ ସଂକ୍ରମଣ କମାଇବାକୁ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିପାରେ।