ଆଜିର ଭାଗ୍ୟଫଳ (ଗୁରୁବାର, ୨୯/୪/୨୦୨୧)

ମେଷ: ଦିବା ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ କର୍ମରେ ସଫଳତା ମିଳିବ । ସ୍ତ୍ରୀ ସୌଖ୍ୟ ଓ ସ୍ତ୍ରୀ ହେତୁକ ଧନ ଲାଭର ସମ୍ଭାବନା ରହିଛି । ଏ ସମୟ ପରେ ମନରେ ଅସ୍ଥିରତା, ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ନିଜର ଲୋକ ଶତୃତା ଆଚରଣ କରିବେ । ବାଣିଜ୍ୟ, ବ୍ୟବସାୟ ମାନ୍ଦା ରହିବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ଅଶ୍ୱିନୀ ମେଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ସ୍କନ୍ଦ ।
ବୃଷ: ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ସୁଖ, ଶାନ୍ତି, ମାନ, ସମ୍ମାନ ଯଶ, କୀର୍ତ୍ତି ସବୁକିଛି ମିଳିବାରେ ସହାୟକ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ । ପରିବାରରେ ସୁଖ, ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ପ୍ରେମ ବ୍ୟାପାରରେ ସଫଳ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଯଶସ୍ୱୀ ହେବେ । ମହିଳାମାନେ ପରିବାର ସେବାରେ ବ୍ରତୀ ହେବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା- ମା’ ଗାୟତ୍ରୀ ।
ମିଥୁନ: ଦିବା ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଓ କର୍ମରେ ମଧ୍ୟମ ଧରଣର ସଫଳତା ମିଳିବ । ମନ ବିଷାଦଗ୍ରସ୍ତ ରହିବ ଓ ପ୍ରିୟଜନଙ୍କ ସହ ମତାନ୍ତର ଘଟିବ । ଏ ସମୟ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ । ମନରୁ ବିଷାଦଭାବ ଅପସରି ଯିବ ଓ ସମସ୍ତ କର୍ମ ଏବଂ ବ୍ୟବସାୟରେ ଶୁଭ ଫଳ ମିଳିବ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଅଧିକ ଶୁଭ ଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ । ମହିଳାମାନେ ସନ୍ତାନ ବତ୍ସଳା ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ମା’ ଛିନ୍ନମସ୍ତା ।
କର୍କଟ: ଘାତବାର ଓ ଚତୁର୍ଥ, ପଞ୍ଚମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ବିଶେଷ ଶୁଭ ନୁହେଁ । ମାନସିକ ଅସ୍ଥିରତା, ମାନ, ସମ୍ମାନ ହାନି ଓ ମନ ବିଷାଦଗ୍ରସ୍ତ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ବିଶେଷ ସଫଳତାର ଆଶା ବହୁତ କମ୍ । ସନ୍ତାନମାନେ ଅବଜ୍ଞା କରିବେ ଓ ପିତା, ମାତାଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ କର୍କଟ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ । ମହିଳାମାନେ ଅପମାନ ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧, ଆରାଧନା-ଭଗବାନ ଶିବ ।
ସିଂହ : ତୃତୀୟ ଏବଂ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା, ପ୍ରମୋଶନ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ । ମୂଲ୍ୟବାନ ଧାତୁ, ରତ୍ନ କିମ୍ବା ଯାନବାହନ କ୍ରୟ କରିବେ । ସ୍ୱଜନରେ ସୁସମ୍ପର୍କ, ପରିବାରରେ ଶାନ୍ତି ଓ ଆର୍ଥିକ ଅଭିବୃଦ୍ଧି ଘଟିବ । ଯେଉଁମାନଙ୍କର ପୂର୍ବ ଫାଲ୍ଗୁନୀ ସିଂହ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସୁଖ୍ୟାତି ଅର୍ଜନ କରିବେ । ମହିଳାମାନେ ବସନ, ଭୂଷଣ କ୍ରୟ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଜାନନ ।
କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଆୟର ଅଧା ଭାଗ ବଦ୍ଖର୍ଚ୍ଚରେ ଯିବ । ଧନକୁ ନେଇ ବିବାଦ ଓ କୋର୍ଟ, କଚେରୀ ପର୍ଯ୍ୟନ୍ତ କଥା ଯାଇପାରେ । କର୍ମରେ ବାଧାବିଘ୍ନ ଓ ଆଳସ୍ୟତା ଭାବ ରହିବ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ । ଦିବା ୧୧ଟା ୫୯ ମିନିଟ୍ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମ ଓ ବ୍ୟବସାୟରେ ମଧ୍ୟମ ଧରଣର ଶୁଭ ଫଳ ମିଳିବ । ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଚକୋଲେଟ୍, ଶୁଭସଂଖ୍ୟା-୬, ଆରାଧନା-ମା’ ଷୋଡ଼ଶୀ ।
ତୁଳା : ଦିନର ପ୍ରଥମ ଭାଗଟି ଶ୍ରୀ ଚନ୍ଦ୍ର ହେତୁ ସ୍ୱଜନରେ ସୁସମ୍ପର୍କ, ପରିବାରରେ ଶାନ୍ତି ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ ଓ କର୍ମରେ ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତି ହେବ । ଦିବସର ଶେଷ ଭାଗରେ ଦ୍ୱିତୀୟ ଚନ୍ଦ୍ର ହେତୁ ଧନ କ୍ଷତି, ମାନସିକ ଅସ୍ଥିରତା ଓ ସାମାନ୍ୟ ଶାରୀରିକ ପୀଡ଼ା ଭୋଗିବେ । ଯେଉଁମାନଙ୍କର ଚିତ୍ରା ଓ ବିଶାଖା ତୁଳା ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ମନୋନିବେଶ କରିବେ । ମହିଳାମାନେ ଧନ କ୍ଷତି କରିବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୨, ଆରାଧନା-ପ୍ରଭୁ ଶ୍ରୀରାମ ।
ବିଛା : ଦିନର ପ୍ରଥମ ଭାଗରେ ଦ୍ୱାଦଶ ଚନ୍ଦ୍ର ଓ ପରେ ଶ୍ରୀ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ବ୍ୟୟ କମ୍ ରହିବ । କର୍ମରେ ସଫଳତା ଓ ଅଟକିଥିବା କାମ ସମ୍ପୂର୍ଣ୍ଣ କରିବାରେ ସମୟ ସହାୟକ ହେବ । ଦିବସର ଶେଷ ଭାଗରେ ଧନ, ମାନ, ସମ୍ମାନ ଓ ସୁଖାଦ୍ୟ, ସୁବସନ ପ୍ରାପ୍ତି ହେବ । ପରିବାର ସହିତ କୌଣସି ଶୁଭକାର୍ଯ୍ୟରେ ଯୋଗଦାନ କରିବେ । ଯେଉଁମାନଙ୍କର ଅନୁରାଧା ବିଛା, ସେମାନେ ବିଶେଷ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଦ୍ଯୋଗ କରିବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ ।
ଧନୁ: ଏକାଦଶ ଓ ଦ୍ୱାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଓ ଧନର ସଦ୍ ବିନିଯୋଗ କରିବେ । କର୍ମରେ ସଫଳତା ଓ ସ୍ୱଳ୍ପ ପରିଶ୍ରମରେ ଅଧିକ ଫଳପ୍ରାପ୍ତି ହେବ । ନୂତନ ଗୃହ ନିର୍ମାଣ କିମ୍ବା ଭୂମି କ୍ରୟ କରିପାରନ୍ତି । ଘରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ବନ୍ଦୋବସ୍ତ କରିପାରନ୍ତି । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଦ୍ଯୋଗ କରିବେ । ମହିଳାମାନେ ସଂଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।
ମକର: ନୂତନ କର୍ମାରମ୍ଭ କରିପାରନ୍ତି, କର୍ମରେ ଉଚ୍ଚ ପଦବୀ ମିଳିପାରେ । କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଓ ଆପଣଙ୍କର କାର୍ଯ୍ୟ ଦକ୍ଷତା ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବା ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ବିଶେଷ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ କରିବେ । ମହିଳାମାନେ କର୍ମତତ୍ପର ହେବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବିମଳା ।
କୁମ୍ଭ: ଦିବା ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ନବମ ଚନ୍ଦ୍ର ହେତୁ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତୃତା ଓ ଗୁରୁଜନଙ୍କ ସହ ବିବାଦ ହେବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଆଂଶିକ ସଫଳତା ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ୧୨ଟା ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ ଆଂଶିକ ଶୁଭଫଳ ମିଳିବ । ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦ, ପ୍ରମୋଦରେ ମନ ଦେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା-ମା’ ସମଲେଶ୍ୱରୀ ।
ମୀନ: ଅଷ୍ଟମ ଚନ୍ଦ୍ର ଓ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ବିଶେଷ ସତର୍କତାର ଆବଶ୍ୟକତା ରହିଛି । ବାଣିଜ୍ୟ, ବ୍ୟବସାୟରେ କ୍ଷତି, କର୍ମରେ ବିଫଳତା ଓ ମାନ, ସମ୍ମାନ ହାନି, ପରିବାରରେ ବିବାଦ, ଶାରୀରିକ ପୀଡ଼ା ଓ ଦୁର୍ଘଟଣା ଘଟିପାରେ, ତେଣୁ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।