ଆଜିର ଭାଗ୍ୟଫଳ (ଶନିବାର, ୧୭/୪/୨୦୨୧)
ମେଷ: ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଅତ୍ୟନ୍ତ ଶୁଭ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ । କର୍ମରେ ସଫଳତା, ସମ୍ମାନ ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ନୂତନ କର୍ମାରମ୍ଭ କରିବେ ଓ କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନଙ୍କର ପିତୃଗୃହ ପ୍ରତି ଦୁର୍ବଳତା ଜାତ ହେବ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ମା’ ବଗଳାମୁଖୀ ।
ବୃଷ: ଘାତବାର ଓ ଶ୍ରୀ ଚନ୍ଦ୍ର, ଦ୍ୱିତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଧନ, ମାନ, ସମ୍ମାନ, ସୁଖାଦ୍ୟ ଓ ସୁଭୋଜନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ଧନର ସଦ୍ ବିନିଯୋଗ କରିବେ । କର୍ମରେ ସଫଳତା, ସମ୍ମାନ ଓ ସମସ୍ତଙ୍କର ଶ୍ରଦ୍ଧା ଲାଭ କରିବେ । ଆମୋଦ, ପ୍ରମୋଦରେ ଆଜି ଦିନଟି ପରିବାର ସହ କାଟିବେ । ଘାତବାର ଓ ପଞ୍ଚମୀ ତିଥି ହେତୁ ମନରେ ସାମାନ୍ୟ ଅସ୍ଥିରତା ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଧ୍ୟାନ ଦେବେ । ମହିଳାମାନେ ପରିବାର ସହିତ ହସଖୁସିରେ ଦିନଟି କାଟିବେ । ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୪, ଆରାଧନା-ମା’ ସମଲେଶ୍ୱରୀ ।
ମିଥୁନ: ଦିବା ୧ଟା ୧୨ ମିନିଟ୍ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ମାନସିକ ଅସ୍ଥିରତା, ଅପବ୍ୟୟ, ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ । ଏହା ପରେ ଶ୍ରୀ ଚନ୍ଦ୍ର ହେତୁ ସ୍ଥିତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିବ । ବାଣିଜ୍ୟରେ ଉତ୍ତମ ଆୟ, କର୍ମରେ ପ୍ରଶଂସିତ ଓ ପରିବାରରେ ସୁଖଶାନ୍ତି ଫେରି ଆସିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୮, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।
କର୍କଟ: ଦିବା ୧ଟା ୧୨ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ ଏବଂ ଏ ସମୟ ଅତିକ୍ରାନ୍ତ ପରେ ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ । କର୍ମରେ ଆଶାଠାରୁ କମ୍ ସଫଳତା ଓ କର୍ମ ପ୍ରତି ଆଳସ୍ୟତା ଭାବ ଜାଗ୍ରତ ହେବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସମସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଆଳସ୍ୟତା କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୫, ଆରାଧନା-ଭଗବାନ ଶିବ ।
ସିଂହ : ଘାତବାର ଓ ଦଶମ, ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଘାତବାରର ପ୍ରଭାବ ବହୁତ କମ୍ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ଭାଗ୍ୟରେ, କର୍ମରେ ତଥା ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । କର୍ମରେ ସଫଳତା ଓ କର୍ମ ପ୍ରତି ଏକାଗ୍ରତା ଭାବ ଜାଗ୍ରତ ହେବ ଓ କର୍ମରେ ନୂତନ କୌଶଳ ଆପଣାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ଶ୍ରୀଜଗନ୍ନାଥ ।
କନ୍ୟା: ଘାତବାର ଓ ଦିବା ୧ଟା ୧୨ ମିନିଟ୍ ପରେ ଘାତଚନ୍ଦ୍ର ହେତୁ ଦିବସର ପ୍ରଥମ ଭାଗଟି ଆପଣଙ୍କ ପାଇଁ ମଧ୍ୟମ ଫଳଦାୟକ ହେବ । ଏ ସମୟ ଅତିକ୍ରାନ୍ତ ପରେ କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ବିପଦ ରହିଛି । ଯେତେ ଉଦ୍ୟମ କଲେ ମଧ୍ୟ କର୍ମରେ ବିଶେଷ ସଫଳତା ମିଳିବ ନାହିଁ ଓ ବାଣିଜ୍ୟ, ବ୍ୟବସାୟରେ ବିଶେଷ ଆୟ ଆସିବ ନାହିଁ । ଯେଉଁମାନଙ୍କର ଚିତ୍ରା କନ୍ୟା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ । ମହିଳାମାନେ କର୍ମଭୀରୁ ହେବେ । ଶୁଭରଙ୍ଗ-ଆକାଶିଆ, ଶୁଭସଂଖ୍ୟା-୪, ଆରାଧନା-ମା’ ଭୈରବୀ ।
ତୁଳା : ଦିବା ୧ଟା ୧୨ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ଧନ କ୍ଷତି, ମାନସିକ, ଶାରୀରିକ ପୀଡ଼ା ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅହେତୁକ ବିଳମ୍ବ ପରିଲକ୍ଷିତ ହେବ । ଏ ସମୟ ଅତିକ୍ରାନ୍ତ ହେବା ପରେ ସମସ୍ତ କର୍ମରେ ଆଂଶିକ ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମଠାରୁ ଦୂରେଇଯିବେ । ମହିଳାମାନେ ଉଦର ପୀଡ଼ା, ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।
ବିଛା : ଦିବା ୧ଟା ୧୨ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଓ ପରେ ଅଷ୍ଟମ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ସ୍ୱଳ୍ପ ଆୟ ଓ ଆୟର ଅଧା ଭାଗ ଅଯଥା ଖର୍ଚ୍ଚରେ ଯିବ । କର୍ମରେ ବିଫଳତା ଓ ବାଧାବିଘ୍ନ ସୃଷ୍ଟି ହେବ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରୁ ବିଚ୍ୟୁତ ହେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା-ପ୍ରଭୁ ହନୁମାନ ।
ଧନୁ: ଷଷ୍ଠ ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ପାଇବେ ଏବଂ ରୋଗ, ଋଣ ଓ ଶତ୍ରୁମୁକ୍ତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଓ ସ୍ତ୍ରୀହେତୁକ ଧନପ୍ରାପ୍ତି ହେବ । କର୍ମରେ ସଫଳତା, ପ୍ରଶଂସା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ମାନସିକ, ପାରିବାରିକ ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଉଚ୍ଚମନା ହେବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।
ମକର: ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଆଜି ସବୁଆଡୁ ପ୍ରଶଂସାର ସୁଅ ଛୁଟିବ । କୌଣସି ବିଶେଷ ସମ୍ମାନ କିମ୍ବା ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇପାରନ୍ତି । ବିଦ୍ୟା, ଜ୍ଞାନ, ବୁଦ୍ଧି, ପ୍ରତ୍ୟୁତ୍ପନ୍ନମତିର ବିଚକ୍ଷଣ ପ୍ରତିଭା ଦେଖାଇବେ । ଧନ, ମାନ, ସମ୍ମାନ ସବୁକିଛି ଆଜି ଆପଣଙ୍କୁ ପ୍ରାପ୍ତିର ଯୋଗ ରହିଛି । ବାଣିଜ୍ୟ, ବ୍ୟବସାୟ ଓ କର୍ମ ଉଭୟରେ ଆଜି ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସମ୍ମାନ ପାଇବେ । ମହିଳାମାନେ ସୁଖ, ସୌଭାଗ୍ୟର ଅଧିକାରିଣୀ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।
କୁମ୍ଭ: ଚତୁର୍ଥ ଚନ୍ଦ୍ର ଦିବା ୧ଟା ପର୍ଯ୍ୟନ୍ତ ରହୁଥିôବା ହେତୁ ଦିବସର ପ୍ରଥମ ଭାଗଟି ଆପଣଙ୍କ ପାଇଁ ଅଶୁଭ ରହିବ । ଧନ କ୍ଷତି, ସ୍ୱଜନରେ ବିବାଦ, ଯାନବାହନରେ କ୍ଷତି, ଶାରୀରିକ ପୀଡ଼ା ଭୋଗିବେ । ଏହା ପରେ ପଞ୍ଚମ ଚନ୍ଦ୍ର ଆସିଲା ପରେ ସମସ୍ତ କର୍ମରେ ଶୁଭଫଳ ପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ବୁଲାବୁଲିରେ ମନ ଦେବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ- କଳା, ଶୁଭସଂଖ୍ୟା-୮, ଆରାଧନା-ମା’ ଦକ୍ଷିଣ କାଳୀ ।
ମୀନ: ତୃତୀୟ ଓ ଚତୁର୍ଥ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିବସର ପ୍ରଥମ ଭାଗଟି ଶୁଭଫଳ ଓ ଶେଷ ଭାଗଟି ଅଶୁଭ ଫଳ ମିଳିବ । ପ୍ରଥମ ଭାଗରେ ବାଣିଜ୍ୟରେ ମଧ୍ୟମ ଆୟ ଓ ଶେଷ ଭାଗରେ କ୍ଷତି ହେବ । କର୍ମରେ ଅନାଗ୍ରହ ଭାବ ଓ ସମସ୍ତ କର୍ମରେ ବାଧାବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ପରିବାରରେ ଅଶାନ୍ତିର ବାତାବରଣ ପ୍ରକାଶ ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଆମୋଦପ୍ରମୋଦରେ ମନ ଦେବେ । ମହିଳାମାନେ ପରିବାରରେ କଳହ ସୃଷ୍ଟି କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ଧୂମାବତୀ ।