ଆଜି ଓଡ଼ିଶାରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା
ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲା ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା । ପୂର୍ବରୁ ଟିକା ଯୋଗାଇବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ରାଜ୍ୟ ସରକାର । ଏହି କ୍ରମରେ ମଙ୍ଗଳବାର ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି । ରାଜ୍ୟରେ ଟିକା ପହଞ୍ଚିବା ନିହାତିଭାବେ ଏକ ଆଶ୍ବସ୍ତିକର ଖବର । ଭ୍ୟାକସିନ୍ ନଥିବାରୁ ବିଭିନ୍ନ ସମୟରେ ଅନେକଗୁଡିଏ ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ କରାଯାଇଥିବା ନଜିର ରହିଛି । ତେବେ ବର୍ତ୍ତମାନ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଟିକାକରଣ ସ୍ବଭାବିକ ହେବ ବୋଲି ଆଶା କରାଯାଉଛି ।