ବିଶ୍ୱରେ କାୟା ମେଲାଉଛି ମହାମାରୀ କରୋନା

- ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୬୨ଲକ୍ଷ ୧ହଜାର ୯୬୦ ଓ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୯୮ହଜାର ୩୦୬କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶନିବାର ସୁଦ୍ଧା ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦ଲକ୍ଷ ୯୮ହଜାର ୩୦୬ଜଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪କୋଟି ୬୨ଲକ୍ଷ ୧ହଜାର ୯୬୦କୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୨କୋଟି ୪୩ଲକ୍ଷ ୮ହଜାର ୬୧୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୭ଲକ୍ଷ ୯୫ହଜାର ୩୫ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୨୭ଲକ୍ଷ ୩୩ହଜାର ୮୩୮ ସଂକ୍ରମିତ ଓ ୫ଲକ୍ଷ ୮୫ହଜାର ୩ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୪୧ଲକ୍ଷ ୨୨ ହଜାର ୭୯୫ସଂକ୍ରମିତ ଓ ୩ଲକ୍ଷ ୮୧ହଜାର ୬୮୭ମୃତ, ଫ୍ରାନ୍ସରେ ୫୪ ଲକ୍ଷ ୪୦ ହଜାର ୯୪୬ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୪୯୬ ମୃତ, ଋଷିଆରେ ୪୭ ଲକ୍ଷ ୪୪ ହଜାର ୯୬୧ ସଂକ୍ରମିତ ଓ ୧ଲକ୍ଷ ୭ ହଜାର ୫୦୧ଜଣ ମୃତ, ତୁର୍କୀରେ ୪୫ ଲକ୍ଷ ୫୦ ହଜାର ୮୨୦ ସଂକ୍ରମିତ ଓ ୩୭ ହଜାର ୬୭୨ ମୃତ, ୟୁକେରେ ୪୪ ଲକ୍ଷ ୧ ହଜାର ୧୦୯ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୩୮୫ ମୃତ, ଇଟାଲିରେ ୩୯ ଲକ୍ଷ ୩୫ ହଜାର ୭୦୩ ସଂକ୍ରମିତ ଓ ୧ଲକ୍ଷ ୧୮ ହଜାର ୬୯୯ମୃତ, ସ୍ପେନରେ ୩୪ ଲକ୍ଷ ୬୮ ହଜାର ୬୧୭ ସଂକ୍ରମିତ ଓ ୭୭ ହଜାର ୫୯୧ ମୃତ, ଜର୍ମାନୀରେ ୩୨ ଲକ୍ଷ ୬୧ ହଜାର ୭୬୪ ସଂକ୍ରମିତ ଓ ୮୧ ହଜାର ୯୩୬ମୃତ, ଆର୍ଜେଣ୍ଟିନାରେ ୨୮ ଲକ୍ଷ ୨୪ ହଜାର ୬୫୨ ସଂକ୍ରମିତ ଓ ୬୧ ହଜାର ୧୭୬ ମୃତ ରହିଛନ୍ତି ।