ବିଶ୍ୱରେ ଆଉ ୫,୩୮,୨୩୧ ସଂକ୍ରମିତ ଓ ୮,୩୩୮ ମୃତ

- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୨୭ଲକ୍ଷ ୭୨ହଜାର ୭୮୫ ଓ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୪୧ହଜାର ୭୦୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୫ଲକ୍ଷ ୩୮ହଜାର ୨୩୧ଜଣ ସଂକ୍ରମିତ ହୋଇଥିବାବେଳେ ୮ହଜାର ୩୩୮ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯କୋଟି ୨୭ଲକ୍ଷ ୭୨ହଜାର ୭୮୫ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ଲକ୍ଷ ୪୧ହଜାର ୭୦୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୫୩ଲକ୍ଷ ୧୨ହଜାର ୩୦୩ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୩୩ଲକ୍ଷ ୧୮ହଜାର ୭୭୭ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୫୧ଲକ୍ଷ ୩୮ହଜାର ୯୯୨ ସଂକ୍ରମିତ ଓ ଲକ୍ଷ ୨୫ହଜାର ୭୯୦ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୯୪ଲକ୍ଷ ୭୪ହଜାର ୪୮୯ ସଂକ୍ରମିତ ଓ ୫ଲକ୍ଷ ୪୫ ହଜାର ୬୯୦ମୃତ, ଋଷିଆରେ ୬୦ ଲକ୍ଷ ୩୦ ହଜାର ୨୪୦ ସଂକ୍ରମିତ ଓ ୧ଲକ୍ଷ ୫୦ ହଜାର ୭୦୫ ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୧୧ ହଜାର ୬୦୧ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୫୫୪ ମୃତ, ୟୁକେରେ ୫୩ ଲକ୍ଷ ୬୩ ହଜାର ୬ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୮୯୬ ମୃତ, ତୁର୍କୀରେ ୫୫ ଲକ୍ଷ ୫୪ ହଜାର ୩୧୭ ସଂକ୍ରମିତ ଓ ୫୦ ହଜାର ୭୦୯ ମୃତ, ଆର୍ଜେଣ୍ଟିନାରେ ୪୭ ଲକ୍ଷ ୯୮ ହଜାର ୮୫୧ ସଂକ୍ରମିତ ଓ ୧ ଲକ୍ଷ ୨ ହଜାର ୮୧୮ମୃତ, କଲୋମ୍ବିଆରେ ୪୬ ଲକ୍ଷ ୭୯ ହଜାର ୯୯୪ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୪୮୨ମୃତ, ଇଟାଲିରେ ୪୨ ଲକ୍ଷ ୯୭ ହଜାର ୩୩୭ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୯୦୫ମୃତ, ସ୍ପେନରେ ୪୨ ଲକ୍ଷ ୧୯ ହଜାର ୭୨୩ ସଂକ୍ରମିତ ଓ ୮୧ ହଜାର ୧୬୬ ମୃତ ରହିଛନ୍ତି ।