ବିଶ୍ୱରେ ଆଉ ୨,୯୪,୭୯୦ସଂକ୍ରମିତ ଓ ୬,୨୯୧ ମୃତ
- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୦ଲକ୍ଷ ୧୧ହଜାର ୬୫୩ ଓ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୨୭ହଜାର ୪୫କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୯୪ହଜାର ୭୯୦ଜଣ ସଂକ୍ରମିତ ହୋଇଥିବାବେଳେ ୬ହଜାର ୨୯୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭କୋଟି ୭୦ଲକ୍ଷ ୧୧ହଜାର ୬୫୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ଲକ୍ଷ ୨୭ହଜାର ୪୫ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୬କୋଟି ୧୧ଲକ୍ଷ ୯୫ହଜାର ୪୧୪ ସୁସ୍ଥ ହୋଇ ଥିବାବେଳେ ୧କୋଟି ୧୯ଲକ୍ଷ ୮୯ହଜାର ୧୯୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୩ଲକ୍ଷ ୩୪ହଜାର ୧୦୬ ସଂକ୍ରମିତ ଓ ୬ଲକ୍ଷ ୧୫ହଜାର ୨୫୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୭୪ଲକ୍ଷ ୫୪ହଜାର ୮୬୧ସଂକ୍ରମିତ ଓ ୪ଲକ୍ଷ ୮୮ହଜାର ୪୦୪ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୪୧ ହଜାର ୩୫୪ ସଂକ୍ରମିତ ଓ ୧ ଲକ୍ଷ ୧୦ ହଜାର ୪୫୪ ମୃତ, ତୁର୍କୀରେ ୫୩ ଲକ୍ଷ ୩୬ ହଜାର ୭୩ ସଂକ୍ରମିତ ଓ ୪୮ ହଜାର ୭୯୫ ମୃତ, ଋଷିଆରେ ୫୨ ଲକ୍ଷ ୨୨ ହଜାର ୪୦୮ ସଂକ୍ରମିତ ଓ ୧ଲକ୍ଷ ୨୬ ହଜାର ୮୦୧ ମୃତ, ୟୁକେରେ ୪୫ ଲକ୍ଷ ୭୩ ହଜାର ୪୧୯ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୯୦୭ ମୃତ, ଇଟାଲିରେ ୪୨ ଲକ୍ଷ ୪୫ ହଜାର ୭୭୯ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୩୮ମୃତ, ଆର୍ଜେଣ୍ଟିନାରେ ୪୧ ଲକ୍ଷ ୪୫ ହଜାର ୪୮୨ ସଂକ୍ରମିତ ଓ ୮୬ ହଜାର ୨୯ମୃତ, କଲୋମ୍ବିଆରେ ୩୭ ଲକ୍ଷ ୭୭ ହଜାର ୬୦୦ ସଂକ୍ରମିତ ଓ ୯୬ ହଜାର ୩୬୬ମୃତ, ସ୍ପେନରେ ୩୭ ଲକ୍ଷ ୪୧ ହଜାର ୭୬୭ ସଂକ୍ରମିତ ଓ ୮୦ ହଜାର ୫୧୭ ମୃତ ରହିଛନ୍ତି ।