ବିଶ୍ୱରେ ଆଉ ୨ଲକ୍ଷ ୯୫ହଜାର ୪୪୪ଜଣ ସଂକ୍ରମିତ ଓ ୧୩ହଜାର ୨୬୫ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଶୁକ୍ରବାର ଗତ ୨୪ ଘଣ୍ଟା ମଧ୍ୟରେ ୨ଲକ୍ଷ ୯୫ହଜାର ୪୪୪ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୨୬୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୫୮ଲକ୍ଷ ୩୦ହଜାର ୫୭୨ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୪୪ହଜାର ୨୫୩ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୬୫ଲକ୍ଷ ୧୩ହଜାର ୪୬୫ ସୁସ୍ଥ ହୋଇ ଥିବାବେଳେ ୧କୋଟି ୫୮ଲକ୍ଷ ୭୨ହଜାର ୮୫୧ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୮ଲକ୍ଷ ୩୨ହଜାର ୨୯୧ ସଂକ୍ରମିତ ଓ ୬ଲକ୍ଷ ୨ହଜାର ୬୧୧ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୮ଲକ୍ଷ ୯୮ ହଜାର ୫୫୮ସଂକ୍ରମିତ ଓ ୪ଲକ୍ଷ ୪୪ହଜାର ୩୯୧ମୃତ, ଫ୍ରାନ୍ସରେ ୫୫ ଲକ୍ଷ ୬୮ ହଜାର ୫୫୧ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୩୧୪ ମୃତ, ତୁର୍କୀରେ ୫୧ ଲକ୍ଷ ୬୦ ହଜାର ୪୨୩ ସଂକ୍ରମିତ ଓ ୪୫ ହଜାର ୬୨୪ ମୃତ, ଋଷିଆରେ ୪୯ ଲକ୍ଷ ୭୪ ହଜାର ୯୦୮ ସଂକ୍ରମିତ ଓ ୧ଲକ୍ଷ ୧୭ ହଜାର ୩୬୧ଜଣ ମୃତ, ୟୁକେରେ ୪୪ ଲକ୍ଷ ୫୫ ହଜାର ୨୨୧ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୭୦୧ ମୃତ, ଇଟାଲିରେ ୪୧ ଲକ୍ଷ ୭୮ ହଜାର ୨୬୧ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୮୧୦ମୃତ, ଜର୍ମାନୀରେ ୩୬ ଲକ୍ଷ ୩୮ ହଜାର ୫୦୪ ସଂକ୍ରମିତ ଓ ୮୭ ହଜାର ୬୩୯ମୃତ, ସ୍ପେନରେ ୩୬ ଲକ୍ଷ ୩୧ ହଜାର ୬୬୧ ସଂକ୍ରମିତ ଓ ୭୯ ହଜାର ୬୦୧ ମୃତ, ଆର୍ଜେଣ୍ଟିନାରେ ୩୪ ଲକ୍ଷ ୪୭ ହଜାର ୪୪ ସଂକ୍ରମିତ ଓ ୭୨ ହଜାର ୬୯୯ ମୃତ ରହିଛନ୍ତି ।