ବିଶ୍ୱରେ ଆଉ ୬ଲକ୍ଷ ୬୧ହଜାର ୮୯୯ ସଂକ୍ରମିତ ଓ ୩୪ଲକ୍ଷ ୩୦ହଜାର ୯୮୮ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ଗୁରୁବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୬୧ହଜାର ୮୯୯ଜଣ ସଂକ୍ରମିତ ହୋଇଥିବାବେଳେ ୧୩ହଜାର ୨୮୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬କୋଟି ୫୫ଲକ୍ଷ ୩୫ହଜାର ୧୨୮ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪ଲକ୍ଷ ୩୦ହଜାର ୯୮୮ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୪କୋଟି ୫୭ଲକ୍ଷ ୮୮ହଜାର ୫୧୬ ସୁସ୍ଥ ହୋଇ ଥିବାବେଳେ ୧କୋଟି ୬୩ଲକ୍ଷ ୧୫ହଜାର ୬୨୪ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୭ଲକ୍ଷ ୯୯ହଜାର ୭୭୧ ସଂକ୍ରମିତ ଓ ୬ଲକ୍ଷ ୧ହଜାର ୯୨୮ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୮ଲକ୍ଷ ୧୫ ହଜାର ୧୯୧ସଂକ୍ରମିତ ଓ ୪ଲକ୍ଷ ୪୧ହଜାର ୮୬୪ମୃତ, ଫ୍ରାନ୍ସରେ ୫୯ ଲକ୍ଷ ୧୭ ହଜାର ୩୯୭ ସଂକ୍ରମିତ ଓ ୧ ଲକ୍ଷ ୮ ହଜାର ୧୮୧ ମୃତ, ତୁର୍କୀରେ ୫୧ ଲକ୍ଷ ୫୧ ହଜାର ୩୮ ସଂକ୍ରମିତ ଓ ୪୫ ହଜାର ୪୧୯ ମୃତ, ଋଷିଆରେ ୪୯ ଲକ୍ଷ ୬୫ ହଜାର ୬୭୬ ସଂକ୍ରମିତ ଓ ୧ଲକ୍ଷ ୧୬ ହଜାର ୯୬୫ ମୃତ, ୟୁକେରେ ୪୪ ଲକ୍ଷ ୫୨ ହଜାର ୫୨୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୯୪ ମୃତ, ଇଟାଲିରେ ୪୧ ଲକ୍ଷ ୭୨ ହଜାର ୫୨୫ ସଂକ୍ରମିତ ଓ ୧ଲକ୍ଷ ୨୪ ହଜାର ୬୪୬ମୃତ, ଜର୍ମାନୀରେ ୩୬ ଲକ୍ଷ ୨୭ ହଜାର ୭୭୭ ସଂକ୍ରମିତ ଓ ୮୭ ହଜାର ୪୦୫ମୃତ, ସ୍ପେନରେ ୩୬ ଲକ୍ଷ ୨୫ ହଜାର ୯୨୮ ସଂକ୍ରମିତ ଓ ୭୯ ହଜାର ୫୬୮ ମୃତ, ଆର୍ଜେଣ୍ଟିନାରେ ୩୪ ଲକ୍ଷ ୧୧ ହଜାର ୧୬୦ ସଂକ୍ରମିତ ଓ ୭୨ ହଜାର ୨୬୫ ମୃତ ରହିଛନ୍ତି ।