ବିଶ୍ୱରେ ଆଉ ୬ଲକ୍ଷ ୩୪ହଜାର ୦୫୧ ଜଣ ସଂକ୍ରମିତ ଓ ୧୦ହଜାର ୭୪୬ ମୃତ
ନୂଆଦିଲ୍ଲୀ : ବିଶ୍ୱର ୨୧୯ ଦେଶର କାୟା ମେଲାଉଛି ମହାମାରୀ କରୋନା । ଏହାରି ମଧ୍ୟରେ ବିଦେଶୀ ରାଷ୍ଟ୍ର ଗୁଡିକରେ ପୁଣି କରୋନା ସଂକ୍ରମଣ ବଢ଼ିଚାଲିଛି । କରୋନା ଭାଇରସର ଅନ୍ୟ ଏକ ଷ୍ଟ୍ରେନ ଦେଖାଯିବା ପରେ ଭାରତ, ଇଂଲଣ୍ଡ, ଫ୍ରାନ୍ସ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ନାଇଜେରିଆ ସମେତ ବିଶ୍ୱବାସୀ ଚିନ୍ତା ପ୍ରକଟ କରିଛନ୍ତି । ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୬ଲକ୍ଷ ୩୪ହଜାର ୦୫୧ ଜଣ ସଂକ୍ରମିତ ହୋଇଥିବାବେଳେ ୧୦ହଜାର ୭୪୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ଆଜି ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫କୋଟି ୯୫ଲକ୍ଷ ୮୬ହଜାର ୮୩୪ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩ଲକ୍ଷ ୧୬ ହଜାର ୯୬୯ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୩କୋଟି ୮୧ଲକ୍ଷ ୯୯ହଜାର ୭୯୯ ସୁସ୍ଥ ହୋଇ ଥିବାବେଳେ ୧କୋଟି ୮୦ଲକ୍ଷ ୭୦ହଜାର ୬୬ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୩୫ଲକ୍ଷ ୧୨ହଜାର ୭୦୫ ସଂକ୍ରମିତ ଓ ୫ଲକ୍ଷ ୯୬ହଜାର ୧୬୪ ଜଣ ମୃତ ଥିବାବେଳେ ବ୍ରାଜିଲରେ ୧କୋଟି ୫୨ଲକ୍ଷ ୧୪ ହଜାର ୩୦ସଂକ୍ରମିତ ଓ ୪ଲକ୍ଷ ୨୩ହଜାର ୪୩୬ମୃତ, ଫ୍ରାନ୍ସରେ ୫୭ ଲକ୍ଷ ୮୦ ହଜାର ୩୭୯ ସଂକ୍ରମିତ ଓ ୧ ଲକ୍ଷ ୬ ହଜାର ୬୮୪ ମୃତ, ତୁର୍କୀରେ ୫୦ ଲକ୍ଷ ୪୪ ହଜାର ୯୩୬ ସଂକ୍ରମିତ ଓ ୪୩ ହଜାର ୩୧୧ ମୃତ, ଋଷିଆରେ ୪୮ ଲକ୍ଷ ୮୮ ହଜାର ୭୨୭ ସଂକ୍ରମିତ ଓ ୧ଲକ୍ଷ ୧୩ ହଜାର ୬୪୭ଜଣ ମୃତ, ୟୁକେରେ ୪୪ ଲକ୍ଷ ୩୭ ହଜାର ୨୧୭ ସଂକ୍ରମିତ ଓ ୧ ଲକ୍ଷ ୨୭ ହଜାର ୬୦୯ ମୃତ, ଇଟାଲିରେ ୪୧ ଲକ୍ଷ ୧୬ ହଜାର ୨୮୭ ସଂକ୍ରମିତ ଓ ୧ଲକ୍ଷ ୨୩ ହଜାର ୩୧ମୃତ, ସ୍ପେନରେ ୩୫ ଲକ୍ଷ ୮୧ ହଜାର ୩୯୨ ସଂକ୍ରମିତ ଓ ୭୮ ହଜାର ୮୯୫ ମୃତ, ଜର୍ମାନୀରେ ୩୫ ଲକ୍ଷ ୩୫ ହଜାର ୩୫୪ ସଂକ୍ରମିତ ଓ ୮୫ ହଜାର ୪୮୧ମୃତ, ଆର୍ଜେଣ୍ଟିନାରେ ୩୧ ଲକ୍ଷ ୬୫ ହଜାର ୧୨୧ ସଂକ୍ରମିତ ଓ ୬୭ ହଜାର ୮୨୧ ମୃତ ରହିଛନ୍ତି ।